କାଶୀନଗର ଉଠା ଜଳସେଚନ କାର୍ଯ୍ୟାଳୟରେ ଉଡିଲାନି ପତାକା !

0
196
କାଶୀନଗର ଉଠା ଜଳସେଚନ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୭/୦୮) : ଆଜାଦୀ କା ଅମୃତ ମହୋତ୍ସବ ଚାରିଆଡେ ପାଳିତ ହେଲା, ହେଲେ କାଶୀନଗର ଉଠା ଜଳସେଚନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପତାକା ଉଡ଼ିଲା ନାହିଁ

ପ୍ରକାଶ ଥାଉ କି ସେହିଦିନ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ତ୍ରିରଙ୍ଗା ଉଡ଼ିଥିଲା । ହେଲେ ଆମ କାଶୀନଗର ଉଠା ଜଳସେଚନ କାର୍ଯ୍ୟାଳୟ ର ଯନ୍ତ୍ରୀ ବାବୁଙ୍କୁ ସମୟ ମିଳିଲା ନାହିଁ । ଆମର ଜଣେ ସାମ୍ବାଦିକ ବନ୍ଧୁ ବାବୁ ଙ୍କୁ ଫୋନ କରିବାରେ ମୋ ଦେହ ଅସୁସ୍ଥ ଓ ମୁଁ ଜଣେ ଅଛି, ଏଣୁ ମୁଁ ଯାଇ ପାରିଲି ନାହିଁ ବୋଲି ବଡ଼ ହାଲୁକା ଭାବେ କହିଦେଲେ । ଏଣୁ ବୁଦ୍ଧିଜୀବୀ ଓ ଗ୍ରାମ ବାସୀ ମାନେ ଏହି କଥାକୁ ଗୁରୁତର ଅପରାଧ ବୋଲି କହିଛନ୍ତି । ଏଣୁ ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଦେଖିବାକୁ ବାକି ରହିଲା ।