ସଡ଼କ ଦୁର୍ଘଟଣାରେ ବୃଦ୍ଧ ଙ୍କ ମୃତ୍ୟୁ

0
147
ସଡ଼କ ଦୁର୍ଘଟଣାରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୮/୦୮) : ଗତକାଲି ରାତ୍ର ରେ କାଶୀନଗର ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟି ଯାଇଛି ।WhatsApp Image 2022 08 18 at 7.15.00 AM ସଡ଼କ ଦୁର୍ଘଟଣାରେ ବୃଦ୍ଧ ଙ୍କ ମୃତ୍ୟୁ

ପ୍ରାପ୍ତ ସୂଚନା ଅନୁଯାଇ, କାଶୀନଗର ଥାନା ଅନ୍ତର୍ଗତ କେ. ସୀତାପୁର ଗ୍ରାମ ର ଦଣ୍ଡାସୀ ମଲାନା (୫୯) ନିଜ ବିଲ କାମ ସାରି ଘରକୁ ଫେରୁଥିବା ବେଳେ ସମ୍ମୁଖ ପଟରେ ଏକ ବଜାଜ ପ୍ଳଟିନା ଗାଡି ନମ୍ବର OD20 -8985 ମୋଟର ସାଇକେଲ ତାଙ୍କୁ ଧକ୍କା ମାରିଥିଲା । ଯାହା ଫଳରେ ସେ ଘଟଣା ସ୍ଥଳ ରେ ତଳେ ପଡିଯାଇଥିଲେ । ସଡ଼କ ଦୁର୍ଘଟଣାରେ ବୃଦ୍ଧ ଙ୍କ ମୃତ୍ୟୁ ଘଟଣାଟି କେ. ସୀତାପୁର ଫାଟକ ନିକଟ ରେ ଘଟିଥିଲା । ପୋଲିସ ଖବର ପାଇ ଘଟଣା ର ତଦନ୍ତ କରି ମୋଟର ସାଇକେଲ ଜବତ କରିଛନ୍ତି ଓ ଆସାମୀଙ୍କୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି । ଅଭିଯୁକ୍ତ ଗୁମ୍ମା ବ୍ଲକ ର ହୋଇଥିବା ତଦନ୍ତ ରୁ ଜଣାପଡିଛି ।