ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିନିକା ସ୍ପୋର୍ଟସ କ୍ଲବକୁ ଆସିଲା ଖେଳ ଉପକରଣ ସାମଗ୍ରୀ

0
322

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର,ବିନିକା,(୯/୮) : ବାଣିଜ୍ୟ ପରିବହନ ଓ ସମନ୍ମୟ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରାଙ୍କ ଉଦ୍ୟମ କ୍ରମେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିନିକା ସ୍ପୋର୍ଟସ କ୍ଳବକୁ ବିଭିନ୍ନ ପ୍ରକାର ଖେଳ ଉପକରଣ ସାମଗ୍ରୀ ଆସିଥିବାରୁ ସାରା ବିନିକା ଅଞ୍ଚଳର କ୍ରୀଡ଼ାପ୍ରେମୀ ଓ ଖେଳାଳୀ ମହଲରେ ଖୁସିର ଲହରୀ ଖେଳିଯାଇଛି l

ସୂଚନା ଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଖେଳ ଉପକରଣ ସାମଗ୍ରୀ ସୁବର୍ଣ୍ଣପୁର ଜିଲ୍ଲାପାଲଙ୍କ କାର୍ଯ୍ୟାଳୟକୁ ଆସିବା ପରେ ବିନିକା ସ୍ପୋର୍ଟସ କ୍ଲବ ସଭାପତି ସୋମନାଥ ମିଶ୍ର ଓ ଉପସଭାପତି ବୁଲୁ ଦଣ୍ଡିଆ ସୋନପୁର ଯାଇ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶଙ୍କ ଠାରୁ ଖେଳସାମଗ୍ରୀ ଗ୍ରହଣ କରିଥିଲେ l

ଆସିଥିବା ପାର୍ଶଲରେ ୧୦୦ଜଣ ଖେଳାଳିଙ୍କ ପାଇଁ ଟି-ସାର୍ଟ, ଏସିଏନ ଏଥେଲେଟିକ ଚମ୍ପିୟନସିପ ୧୦ଟି,କଫି଼ ଟେବୁଲ ବୁକ ଓଡ଼ିଶା ମେନ୍ସ ୱାଲ୍ଡ କପ ୨ଗୋଟି, ଫୁଟବଲ ୧ଗୋଟି, ଭଲିବଲ ୧ଗୋଟି,ଭଲିବଲ ନେଟ ୧ଗୋଟି ଆଦି ଖେଳ ଉପକରଣ ସାମଗ୍ରୀ ଉକ୍ତ ପାର୍ଶଳରେ ଆସିଥିବା ଜଣାପଡିଛି l