ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
185
ବିନିକା ମହିଳା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୨୬/୮) : ସୁବର୍ଣ୍ଣପୁର ଜିଲ୍ଲା ର ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଭୋଟର କାର୍ଡ ସହିତ ଆଧାର କାର୍ଡ ର ସଂଯୋଗିକରଣ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।WhatsApp Image 2022 08 27 at 10.57.51 AM ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଏଥିରେ ବିନିକା ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଜ୍ଞା ପାଣିଗ୍ରାହୀ, ସହକାରୀ ପ୍ରିୟବ୍ରତ ମିଶ୍ର ଓ ରମାକାନ୍ତ ଥନାପତି ଛାତ୍ରୀ ମାନଙ୍କୁ ସଚେତନ ବାର୍ତ୍ତା ଦେବା ସହ କିପରି ଭାବରେ ଭୋଟର କାର୍ଡ ସହିତ ଆଧାର କାର୍ଡ ର ସଂଯୋଗ କରାଯିବ ସେ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ଏହି ଅବସରରେ ବିନିକା ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ଚେୟାରମେନ ହିମାଂଶୁ ଶେଖର ତ୍ରିପାଠୀ, ସମ୍ପାଦକ ବିକାଶ ମହାନ୍ତି ଓ ମହାବିଦ୍ୟାଳୟ ର ଅଧ୍ୟକ୍ଷ ମୀନକେତନ ପଧାନ ଉପସ୍ଥିତ ଥିଲେ । ଏଥିରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।