ଲକଡାଉନରେ ଅଧିକ କ୍ଷତିଗ୍ରସ୍ତ ହେଲେ ଲାଇଟ ସାଉଣ୍ଡ ଟେଣ୍ଡମାଲିକ ଓ ଶ୍ରମିକ

0
348

ରିପୋର୍ଟ : ଜଗଦୀଶ ଦାସ //
ରାଇକିଆ,(୧୦/୦୮) : ସାରା ବିଶ୍ୱରେ ମହାମାରୀ କୋରନା କାୟା ବିସ୍ତାର କରିଛି ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କମିଛି | କିନ୍ତୁ କିଛି ମାତ୍ରାରେ ଲକଡାଉନରେ କଟକଣା କୋହଳ କରାଯାଇଛି ଦୋକାନ ବଜାର ଖୋଲିଛି ବସ ରେଳ ଚଳାଚଳ କରୁଛି ଶ୍ରମିକ ଶ୍ରେଣୀର ଲୋକେ ସାମାଜିକ ଦୂରତା ରକ୍ଷାକରି କାମ ଧନ୍ଦl ବି ଆରମ୍ଭ କରିଛି କୃଷକ ମଧ୍ୟ ଚାଷକାମ ଆରମ୍ଭ କରିଛି l9b346e92 8447 43d2 80af 7f58d930d4db ଲକଡାଉନରେ ଅଧିକ କ୍ଷତିଗ୍ରସ୍ତ ହେଲେ ଲାଇଟ ସାଉଣ୍ଡ ଟେଣ୍ଡମାଲିକ ଓ ଶ୍ରମିକ

ସାମାଜିକ ଧାର୍ମିକ କାର୍ଯ୍ୟକ୍ରମ ବିବାହ ବ୍ରତ ଯାନୀ ଯାତ୍ରା ମେଲଣ ଓ ସଂସ୍କୃତିକ କାର୍ଯ୍ୟକ୍ରମରେ ଆଦ୍ୟାବଧି କଟକଣା ଲାଗିଛି ଦୀର୍ଘ ମାସରୁ ଊର୍ଦ୍ଧ୍ୱ ସମସ୍ତ ସାମାଜିକ କାର୍ଯ୍ୟକ୍ରମ ସମ୍ପୂର୍ଣ ବନ୍ଦ ରହିଛି l ଚଳିତ ବର୍ଷ ସିଜନ ସମୟରେ କୋରନା ଆସି ଲକଡାଉନରେ ସବୁଠୁ ଅଧିକ କ୍ଷତି ସହିବାକୁ ପଡିଛି ଲାଇଟ ସାଉଣ୍ଡ ଟେଣ୍ଡ ମାଲିକ ମାନେ ତତସହିତ ଲାଇଟ ସାଉଣ୍ଡ ଟେଣ୍ଡ ଉପରେ ନିର୍ଭରକରି ଚଳୁଥିବା ଟେକ୍ନିସିଆନ ମିସ୍ତ୍ରୀ ଶ୍ରମିକ ରୋଜଗାର ହରାଇ ହାତବାନ୍ଧି ବସିଛନ୍ତି l ଟେଣ୍ଡ ମାଲିକ ଓ କର୍ମଚାରୀ ଏ ହି ବିବାହ ସିଜନରେ ବର୍ଷ ତମାମ ପାଇଁ ଆୟ କରିଥାନ୍ତି କିନ୍ତୁ କୋରନା ଯୋଗୁଁ ଟେକ୍ନିସିଆନ ମିସ୍ତ୍ରୀ ଶ୍ରମିକ ଓ ମାଲିକଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି କାମକରୁଥିବା କର୍ମଚାରିଙ୍କ ଘରେ ଚୁଲି ଜଳୁନି ଭୋକ ଉପବାସରେ ପଡ଼ିରହିଛନ୍ତି l

ସରକାର ସତେ ଯେପରି ଏମାନଙ୍କ କଥା ଭୁଲିଯାଇଛନ୍ତି ସମସ୍ତଙ୍କୁ କିଛି ନା କିଛି ସାହାଯ୍ୟ ଓ ସହଯୋଗ ପ୍ରଶାସନ କରିଥିବା ବେଳେ ଏହି ଅନୁଷ୍ଠାନର ଶ୍ରମିକ ମାନଙ୍କ ପ୍ରତି ଆଖିବୁଜି ଦେଇଛି l ସରକାର ଲାଇଟ ସାଉଣ୍ଡ ଟେଣ୍ଡ ମାଲିକ ଓ କର୍ମଚାରୀଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ କନ୍ଧମାଳ ଲାଇଟ ସାଉଣ୍ଡ ଟେଣ୍ଡ ମାଲିକ ଓ କର୍ମଚାରୀ ସଂଘ ପକ୍ଷରୁ ଦୃଢ଼ ଦାବି ହେଉଛି l

ପ୍ରଶାସନ ପକ୍ଷରୁ ସାହାଯ୍ୟ ହେଲେ ବହୁତ୍ ଭଲ ହୋଇ ପାରିଥାନ୍ତା ବୋଲି ରାଇକିଆରୁ ଜଗଦୀଶ ଟେନ୍ଟ ହାଉସ ଓ ଟୀକାବାଲିରୁ ଯୁଗଳଟେଣ୍ଟ ହାଉସ୍, ଉଦ୍ୟୟଗିରି ରୁ ଗଣେଶ ଟେଣ୍ଟ ହାଉସ ମଧ୍ୟ ଜଣାଇଛନ୍ତି । ଏହାକୁ ନେଇ କାଲି ଫୁଲବାଣୀ ଠାରେ ଦାବୀ ଜଣାଇଛନ୍ତୀ ଜିଲ୍ଲାପାଳ ଙ୍କୁ । ଏପଟେ ଜିନିଷ ଗୁଡ଼ିକ ଖରାପ୍ ହେଇଯିବାକୁ ଲାଗିଲାଣି । ଏଇ ପରି ଯଦି ଜନିଷ ଗୁଡ଼ିକ ଖରାପ୍ ହୋଇଗଲା ବେଳକୁ ଦୁଇ ବର୍ଷ ମଧ୍ୟରେ ଟେଣ୍ଟଭାଇ ମାନେ ଲୋନ୍ ରେ ଆଣିଥିବା ପଇସା ମଧ୍ୟ ଦେଇ ପାରୁନାହାଁନ୍ତି |