Friday, March 29, 2024

Top 5 This Week

Related Posts

ଭୁବନେଶ୍ୱର ଡିସିପି ଅଫିସ ଆଗରେ ହତ୍ୟାକାଣ୍ଡ : ସାଙ୍ଗକୁ ହାଣିଲା ସାଙ୍ଗ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୩୧/୦୮) : ରାଜଧାନୀରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଅପରାଧୀ । ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ପଟିପିଟି ହତ୍ୟା କରିଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ସୌମ୍ୟ କୁଣ୍ଡ ।

ସୌମ୍ୟ ମେଟ୍ରୋ ଟାୱାର ନିକଟରେ ଚା’ ଦୋକାନ କରିଥିଲେ । ପୁଲିସ ଏହି ଘଟଣାରେ ୨ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତମାନେ ଅଟୋ ଚାଳକ ବୋଲି ଜଣାପଡ଼ିଛି । ଗତକାଲି ବିଳମ୍ବିତ ରାତିରେ ନିଶା ଖାଇବା ପରେ ସୌମ୍ୟ ଓ ତାଙ୍କ ଦୁଇ ସାଙ୍ଗଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ପରେ ସୌମ୍ୟଙ୍କୁ ତାଙ୍କ ଦୁଇ ସାଙ୍ଗ ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ପିଟିପିଟି ହତ୍ୟା କରିଥିଲେ । ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ସୌମ୍ୟଙ୍କୁ କାହିଁକି ତାଙ୍କ ସାଙ୍ଗମାନେ ହତ୍ୟା କଲେ କାରଣ ଜଣାପଡ଼ିନାହିଁ । ପୂର୍ବ ଶତ୍ରୁତା କାରଣରୁ ଏହି ହତ୍ୟକାଣ୍ଡ ଘଟିଛି ନା ଆଉ କିଛି କାରଣ ରହିଛି ପୁଲିସ ଘଟଣାର ତଦନ୍ତ କରୁଛି ।

ପାର୍ବଣ ଋତୁ ଚାଲିଥିବାରୁ କମିଶନରେଟ୍ ପୁଲିସ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ରାତିରେ ବିଭିନ୍ନ ଛକରେ ପୁଲିସ ପଇଁତରା ମାରୁଛନ୍ତି । ଏହା ସତ୍ତ୍ୱେ ବି ଅପରାଧୀମାନେ ଜନ ଗହଳି ସ୍ଥାନ ବା ଡିସିପି ଅଫିସ ସମ୍ମୁଖରେ ହତ୍ୟାକାଣ୍ଡ ଘଟାଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

Popular Articles