ବିଜୁଳି କର୍ମଚାରୀ ଙ୍କୁ ବହିଷ୍କାର ପ୍ରତିବାଦରେ ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଗଣଧାରଣା

0
329

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା,ବୌଦ୍ଧ, ତା(୧୦/୦୮) : ବୌଦ୍ଧ ଟିପିଏସଓଡିଏଲ ଡିଭିଜନ ର ଦୀର୍ଘବର୍ଷ ଧରି କାର୍ଯ୍ୟରତ ବିଜୁଳି କର୍ମଚାରୀ ମାନଙ୍କ ମଧ୍ୟରୁ ୫ ଜଣଙ୍କୁ ବିନା ନୋଟିସରେ ଅଗଷ୍ଟ ପହିଲା ରୁ ହଠାତ କାର୍ଯ୍ୟକ୍ଷେତ୍ର ରୁ ନିଲମ୍ବନ ପ୍ରତିବାଦରେ ଆଜି ଏଆଇଟିୟୁସି ସହବନ୍ଧିତ ସଂଘ ପକ୍ଷରୁ ଡିଭିଜନ ସମ୍ପାଦକ ପ୍ରତାପ କୁମାର ପ୍ରଧାନ, ଉପଦେଷ୍ଟା ଅବକାଶ ସାହୁ ,ସଂଗଠନ ସମ୍ପାଦକ ଗୁପ୍ତେଶ୍ଵର ପ୍ରଧାନ ପ୍ରମୁଖ ଙ୍କ ନେତୃତ୍ବରେ ଡିଭିଜନ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା ।WhatsApp Image 2021 08 11 at 10.40.36 AM ବିଜୁଳି କର୍ମଚାରୀ ଙ୍କୁ ବହିଷ୍କାର ପ୍ରତିବାଦରେ ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ଗଣଧାରଣା

ପରେ ଡିଭିଜନ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଲିଖିତ ପ୍ରତିଶୃତି ଏବଂ ଛଟେଇ ବିଜୁଳି କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ଦିଆଯିବା ର ଦୃଢ ପ୍ରତିଶୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମାନନ୍ଦ ମହାନ୍ତି,ଗଦାଧର ବେହେରା ସୀତାଂଶୁ ଶେଖର ବେହେରା ପୁରୁଷୋତ୍ତମ ଭଞ୍ଜ ପ୍ରମୁଖ ଙ୍କ ନେତୃତ୍ବରେ ସମଗ୍ର ଡିଭିଜନ ର ଶତାଧିକ ଶ୍ରମିକ ଏହି ଆନ୍ଦୋଳନରେ ଯୋଗଦେଇଥିଲେ ।