ବହୁଜନ ସମାଜ ପାର୍ଟି ର ମିଶ୍ରଣ ପର୍ବ ଅନୁଷ୍ଠିତ : ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ଜୋରଦାର ପ୍ରସ୍ତୁତି

0
339

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
ରାୟଗଡା,କଲ୍ୟାଣସିଂହପୁର,ତା(୧୦/୮) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକସ୍ଥିତ ମଥୁରା ନଗର ଠାରେ ବହୁଜନ ସମାଜ ପାର୍ଟି ରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ରଖି ନିଜ ନିଜ ଅଞ୍ଚଳକୁ ସଜାଇ ଭୋଟ ହାତେଇ କିପରି ଜିତିବେ ସେ ବିଷୟରେ ଆଲୋଚନା କରାଯାଇଥିଲା ।

ବହୁଜନ ସମାଜ ପାର୍ଟି ର ଉକ୍ତ ବୈଠକରେ ବିଷମ କଟକ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥ ଜିତୁ ଜାକେସିକା ସଭାପତି କରିଥିବା ବେଳେ ରବୀନ୍ଦ୍ର ଗରଡ଼ିଆ, ଜିଲା ସାଧାରଣ ସମ୍ପାଦକ ସମେଶ୍ୱର କୌଶଲ୍ୟା, ବିଷମ କଟକ ନିର୍ବାଚନ ମଣ୍ଡଳୀର ଉପସଭାପତି ଜାଗାମ ବେନିଆ,ବ୍ଲକ ପ୍ରହରୀ ଭକ୍ତ ମହାନନ୍ଦିଆ, ବରିଷ୍ଠ ନେତା କୃଷ୍ଟ ମହାନନ୍ଦିଆ, ବ୍ଲକ ଆବାହକ ପଦ୍ମନ ଭତ୍ରା ପ୍ରମୁଖ ମଞ୍ଚାସିନ ରହିଥିଲେ ।

ସେହି ସମୟରେ ମଥୁରା ନଗର, ଭାତପରସି, ପାଟବନ୍ଧ ଓ ବଡନାଇଗୁଡା ର ପ୍ରାୟ ୫୦ ଜଣ ଭୋଟର ବିଜେଡି ଦଳ ପରିତ୍ୟାଗ କରି ବହୁଜନ ସମାଜ ପାର୍ଟିରେ ସାମିଲ ହୋଇଛନ୍ତି । ଏହି ମାନଙ୍କୁ ଦଳୀୟ ଚିହ୍ନର ଉପଡ଼କନ ପକାଇ ସ୍ୱାଗତ କରିଥିଲେ । ଏଥିରେ ଦଳୀୟ କର୍ମୀ ଉପସ୍ଥିତ ରହିଥିଲେ ।