Friday, March 29, 2024

Top 5 This Week

Related Posts

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ : ୨ ମୃତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଲକ୍ଷ୍ନୌ, (୦୫/୦୯) : ଉତ୍ତରପ୍ରଦେଶ ର ରାଜଧାନୀ ଲକ୍ଷ୍ନୌ ର ଏକ ୫ ମହଲା ବିଶିଷ୍ଟ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସହର ର ମଧ୍ୟ ଭାଗରେ ଥିବା ତଥା ହଜରତଗଞ୍ଜ ସ୍ଥିତ ହୋଟେଲ ଲେବାନାରେ ଆଜି ସକାଳୁ ନିଆଁ ଲାଗିଯାଇଛି ।

ଏହି ଅଗ୍ନିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଗୁରୁତର ହୋଇଛନ୍ତି । ଆହୁରି ଅନେକ ଲୋକେ ହୋଟେଲରେ ଫଶି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରାୟସ ଜାରି ରହିଛି । ସୂଚନା ମୁତାବକ, ହୋଟେଲ ୩ ଓ ୪ ହମଲାରେ ନିଆଁ ଲାଗିଛି । ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳରେ ପ୍ରବଳ ଧୂଆଁ ଭର୍ତ୍ତି ହୋଇଯାଇଛି । ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି ।

ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ତିନୋଟି ଆମ୍ବୁଲାନ୍ସ ଉପସ୍ଥିତ ଅଛି । ହୋଟେଲ ଅଧିକାରୀଙ୍କ କହିବା ମୁତାବକ, ହୋଟେଲ ର ପ୍ରଥମ ମହଲାରେ ତିଆରି ହୋଇଥିବା ବାଙ୍କ୍ୟେଟ୍‌ ହଲ୍‌ରେ ଏହି ଅଗ୍ନିକାଣ୍ଡ ଘଟିଛି । ହୋଟେଲରେ ୩୦ ରୁ ୧୮ ଟି ରୁମ୍‌ରେ ୩୫ ରୁ ୪୦ ଜଣ ଥିଲେ । କିଛି ଲୋକ ନିଆଁ ଲାଗିବା ଖବର ଶୁଣି ବାହାରକୁ ଆସିଯାଇଥିବା ବେଳେ ଏବେ ବି ଅନେକ ଫଶି ରହିଥିଲେ । ତେବେ ସେମାନଙ୍କୁ ଉଦ୍ଧାର କରାଯାଇଛି ।

ଲକ୍ଷ୍ନୌ ବିକାଶ ପ୍ରାଧିକରଣ କିଛି ଦିନ ପୂର୍ବରୁ ଲେଭାନା ହୋଟେଲକୁ ଏକ ବିଜ୍ଞପ୍ତି ଜାରି କରିଥିଲା । ଏହା ପରେ ଆଜି ଏହି ବଡ ଦୁର୍ଘଟଣା ଘଟିଛି । ଲେବାନା ହୋଟେଲ୍‌ ଘଟିଥିବା ଅଗ୍ନିକାଣ୍ଡ ବିଷୟରେ ଜାଣିବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଅଗ୍ନିକାଣ୍ଡରେ ଆହତ ବ୍ୟକ୍ତିମାନଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯିବା ଉଚିତ । ଏଥିପାଇଁ ସେ ଜିଲ୍ଲା ପ୍ରଶାସନ ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଓ ବରିଷ୍ଠ ପୁଲିସ ଅଧିକାରୀ ମାନଙ୍କୁ କହିଛନ୍ତି ।

Popular Articles