Friday, March 29, 2024

Top 5 This Week

Related Posts

ଭଡ଼ାଘରୁ ଯୁକ୍ତ ତିନି ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୦୮/୦୯) : ଭଡ଼ାଘରୁ ଜଣେ ଯୁକ୍ତ ତିନି ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଏଭଳି ଘଟଣା ଘଟିଛି ବଲାଙ୍ଗୀର ସହର ଶାନ୍ତିପଡ଼ାରେ ।

ଭଡ଼ାଘରୁ ଯୁକ୍ତ ତିନି ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଛାତ୍ର ଜଣଙ୍କ ସୋନପୁର ଜିଲ୍ଲା ଉଲୁଣ୍ଡା ଗାଁ ର ରମଣୀକାନ୍ତ କ୍ଷେତୀ ବୋଲି ଜଣାପଡିଛି । ରମଣୀକାନ୍ତ ବଲାଙ୍ଗୀର ରାଜେନ୍ଦ୍ର ୟୁନିଭରସିଟିରେ ପଢ଼ୁଥିଲେ । ସେ ଯୁକ୍ତ ତିନି ବାଣିଜ୍ୟ ବିଭାଗ ର ଦ୍ୱିତୀୟ ବର୍ଷ ର ଛାତ୍ର ଥିଲେ ।

ରମଣୀକାନ୍ତ ଶାନ୍ତିପଡ଼ାରେ ଭଡ଼ା ଘରେ ରହୁଥିଲେ । ଗତକାଲି ବିଲମ୍ୱିତ ରାତିରେ ତାଙ୍କ ମୃତଦେହ ରୋଷେଇ ଘରେ ଥିବା ରେଲିଂରେ ଝୁଲିଥିବା ସାଙ୍ଗସାଥୀ ଦେଖିଥିଲେ । ଏ ନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ କବାଟ ଭାଙ୍ଗି ରୁମ୍‌ ଭିତରେ ପହଞ୍ଚିଥିଲା, ହେଲେ ମୃତଦେହ ଉଦ୍ଧାର କରିନଥିଲା । ଆଜି ସକାଳେ ରମଣୀକାନ୍ତଙ୍କ ପରିବାର ଲୋକ ପହଞ୍ଚିବା ପରେ ମୃତଦେହ ଉଦ୍ଧାର କରାଯାଇଥିଲା । ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ କରୁଛି । ପୁଅକୁ ହତ୍ୟା କରିବା ପରେ ଆତ୍ମହତ୍ୟା ର ରୂପ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣା ର ତଦନ୍ତ କରୁଛି ।

Popular Articles