Thursday, March 28, 2024

Top 5 This Week

Related Posts

ନାରାୟଣପୁର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ଅମୁଲ୍ୟ ରକ୍ତ ଚନ୍ଦନ ଚାଲାଣ : ୧୧ ତସ୍କର ଗିରଫ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୯/୦୯) : ଓଡ଼ିଶା ର ଗଜପତି ଜିଲ୍ଲା ଅନ୍ତର୍ଗତ ଗାରବନ୍ଧା ପୋଲିସ ଥାନା ଅନ୍ତର୍ଗତ ନାରାୟଣପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗଣ୍ଡାହାତୀ ଅଞ୍ଚଳ ର ଚାରି ଜଣ ଅଭିଯୁକ୍ତଙ୍କ ସହାୟତାରେ ଏକ ଅନ୍ତର୍ଜାତୀୟ ଚନ୍ଦନ ତସ୍କର ଦଳ କୁ ସୀମାନ୍ତବର୍ତ୍ତୀ ଟେକଲି ଅଞ୍ଚଳରୁ ଆନ୍ଧ୍ର ପୋଲିସ ୧୧ ଜଣ ଙ୍କୁ ଗିରଫ କରିଥିବା ଶ୍ରୀକାକୁଲମ ଏସ.ପି. ସୂଚନା ଦେଇଛନ୍ତି ।

ପୂର୍ବରୁ ଗଣ୍ଡାହାତୀ ସଂରକ୍ଷିତ ଜଙ୍ଗଲ ରୁ ନାରାୟଣପୁର ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗଣ୍ଡାହାତୀ ଅଞ୍ଚଳ ର ଚାରି ଜଣ ଚୋରି କରି ଲୁଚାଇ ରଖିଥିଲେ । ସୀମାପାର କରି ଟେକଲି ଦେଇ ଏହା ଚେନ୍ନାଇ ପହଞ୍ଚିଥାନ୍ତା । ଏହି ଗ୍ୟାଙ୍ଗରେ ଆନ୍ଧ୍ର, ତାମିଲନାଡୁ ଓ ଓଡ଼ିଶା ର ତସ୍କର ରହିଛନ୍ତି । ମୋଟ ୧୫ ଜଣ ସାମିଲ ଥିଲେ, ହେଲେ ଚାରି ଜଣ ଫେରାର ଅଛନ୍ତି । ଅନ୍ୟ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି । ଏକ ଆଇଚର ଗାଡିରେ ଏହା ଚାଲାଣ ହେଉଥିଲା ।

ମୋଟ ୪୨୦୦ କୁଇଣ୍ଟାଲ କାଠ ଜବତ କରାଯାଇଛି । ୧୫ ଟି ସେଲ ଫୋନ, ୧୫,୦୦୦ ଟଙ୍କା, ନଗଦ ଗୋଟିଏ କାର, ଏଭଳି ଜିନିଷ ପତ୍ର ଜବତ କରିଛି ଶ୍ରୀକାକୁଲମ ପୋଲିସ । ମୋଟ ଜବତ କାଠ ର ଅନ୍ତର୍ଜାତୀୟ ମୂଲ୍ୟ ୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲିସ କହିଛି । ପୂର୍ବରୁ ଆନ୍ଧ୍ର ର ପୋଲିସ ଖବର ପାଇ ପୂର୍ବ ପ୍ରସ୍ତୁତି କରିଥିଲା । ପୋଲିସ ଜାଲରେ ଏମାନେ ଛନ୍ଦି ହୋଇ ପଡ଼ିଥିଲେ ।

Popular Articles