୨ଟି ବଲେରୋ ରେ ୨୦ ଲକ୍ଷ ଟଙ୍କା ର ଗଞ୍ଜେଇ ଜବତ : ୪ ଜଣ ଗିରଫ

0
226
୨ଟି ବଲେରୋ

ରିପୋର୍ଟ : ଶିବ ବିଶୋଇ ଲମତା ପୁଟ
ଲମତାପୁଟ, (୧୧/୦୯) : ପୁଣି ଲମତାପୁଟ, ମାଛକୁଣ୍ଡ ପୋଲିସ୍ କୁ ବଡ଼ ସଫଳତା । ଆନ୍ଧ୍ର ଓଡ଼ିଶା ସୀମାନ୍ତ ଯଲାପୁଟ ଗ୍ରାମ ଅଞ୍ଚଳରୁ ହାଇଦ୍ରାବାଦ କୁ ଅଭିନବ ଉପାୟରେ ଗଞେଇ ଚୋରାଚାଲାଣ ବେଳେ ମାଡ଼ିବସିଲା ପୋଲିସ ୨ଟି ବଲେରୋ ରେ ୨୦ ଲକ୍ଷ ଟଙ୍କା ର ଗଞ୍ଜେଇ ସହ ୪ ଜଣ ଙ୍କୁ ଗିରଫ କଲା ପୋଲିସ ।

ବିଶେଷ ସୂତ୍ରରୁ ଖବର ପାଇ ମାଛକୁଣ୍ଡ ପୋଲିସ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଯଲାପୁଟ ଅଞ୍ଚଳରେ ପେଟ୍ରୋଲିଙ୍ଗ କରିଥିବା ବେଳେ ୨ଟି ବଲେରୋ କୁ ଅଟକାଇଥିଲେ । ଦୁଇଟି ଗାଡି କୁ ଯାଞ୍ଚ କରିବାରୁ ପୋଲିସ କୁ କିଛି ବି ମିଳିନଥିଲା କିନ୍ତୁ ଉଭୟ ବଲେରୋ ଗାଡ଼ି ର ସିଲିଂ କପଡା ଭିନ୍ନ ଭିନ୍ନ କଲର ଥିବାରୁ ପୋଲିସ ସନ୍ଦେହ କରି ଶିଲିଂ କୁ କାଢିବା ପରେ ସେଥିରେ ସ୍ଵତନ୍ତ୍ର ଚାମ୍ବରରେ ଛୋଟ ଛୋଟ ପକେଟ୍ ରେ ବିପୁଳ ଗଞ୍ଜେଇ ମିଳିଥିଲା ।

ଦୁଇଟି ବୋଲେର ଗାଡିରୁ ୨ କୁଇଁଣ୍ଟାଲ ଗଞ୍ଜେଇ ଥିବା ବେଳେ ଏହାର ମୁଲ୍ୟ ୨୦ ଲକ୍ଷ ଟଙ୍କା ହେବବୋଲି ପୋଲିସ କହିଛି । ୪ ଅଭିଯୁକ୍ତ କର୍ଣ୍ଣାଟକ ଅଞ୍ଚଳ କଳ୍ପା ଦାଣ୍ଡେ, ସିଶେ ରାଓ ଆଡେ, ୱାମନ୍ ରାଓ, ମାରୁତି ଚାୱାନ୍ ବୋଲି ଜଣା ପଡିଛି । ନନ୍ଦପୁର SDPO କହିଛନ୍ତି ଗିରଫ ମାଫିଆ ମାନେ କର୍ଣ୍ଣାଟକ ଅଞ୍ଚଳ ର । ଏମାନେ ବହୁବାର ଏହି ଅଞ୍ଚଳ ରୁ ଗଞ୍ଜେଇ ଚୋରା ଚାଲଣ କରି ଆସୁଛନ୍ତି । ଏଥିରେ ସ୍ଥାନୀୟ ମାଫିଆ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯିବ ବୋଲି କହିଛନ୍ତି ।