ଚିକିତ୍ସା ଅଭାବରୁ ଶିଶୁ ମୃତ୍ୟୁ ନେଇ ଘଟଣା : କ୍ରିମିନାଲ କେସ ରୁଜ୍ଜୁ କଲେ ଉପଜିଲ୍ଲାପାଳ

0
341
ଚିକିତ୍ସା

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ଼, (୧୧/୦୯) : ଟିଟିଲାଗଡ଼ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଜଣେ ଶିଶୁଙ୍କ ଉପଯୁକ୍ତ ଚିକିତ୍ସା ଅଭାବରୁ ଶୋଚନୀୟ ମୃତ୍ୟୁ ଘଟିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ଡାକ୍ତଖାନାରେ ବିଭିନ୍ନ ଅବ୍ୟବସ୍ଥା ଓ ପରିଚାଳନା ଗତ ଦକ୍ଷତା ଅଭାବ ସହ କିଛି ନର୍ସ ଓ କାର୍ଯ୍ୟରତ ଡାକ୍ତରଙ୍କ ସମ୍ପୂର୍ଣ୍ଣ ଖାମ୍,ଖିଆଲ ଓ ଅବହେଳା ଯୋଗୁଁ ନିୟମିତ ଏହି ପରି ଅକାଳ ମୃତ୍ୟୁ ର ଶିକାର ହେବା ଦେଖାଯାଉଛି । ଏ ନେଇ ଟିଟିଲାଗଡ଼ ଉପଖଣ୍ଡ ର ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଆସୁଥିବା ବେଳେ, ଅନୁରୂପ ଭାବେ ଚିକିତ୍ସା ଅଭାବରୁ ଜଣେ ଶିଶୁଙ୍କ ଅକାଳ ମୃତ୍ୟୁ ଘଟିବା ନେଇ ଟିଟିଲାଗଡ ଉପଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ ଶ୍ରୀ ସୋମେଶ ଉପାଧ୍ୟାୟ ଙ୍କ ନିକଟରେ ଅଭିଯୋଗ ହୋଇଥିଲା ।

ଉକ୍ତ ମୃତ୍ୟୁ କୁ ନେଇ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ନିଜେ ଘଟଣା ର ସବିଶେଷ ତଦନ୍ତ କରି ଏକ କ୍ରିମିନାଲ କେସ ରୁଜ୍ଜୁ କରିବା ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ଗରିବ ଶ୍ରେଣୀ ର ଅସହାୟ ଲୋକ ଙ୍କ ନିରକ୍ଷରତା ର ସୁଜୋଗ ନେଇ ସମ୍ପୂର୍ଣ୍ଣ ଅବହେଳା ଯୋଗୁଁ ଗୁରୁତର ରୋଗୀ ଙ୍କ ଅକାଳ ମୃତ୍ୟୁ ବରଣ ଘଟଣା ଘଟି ଚାଲିଛି ।

ଏହି ଡାକ୍ତରଖାନା ଉପରେ ପଡୋଶୀ କଳାହାଣ୍ଡି ଜିଲ୍ଲା ତଥା ଦୂର ଦୁରାନ୍ତ ରୁ ଗରିବ, ଅସହାୟ ରୋଗୀ ଆସି ଅକଥନୀୟ ଦୁର୍ଦ୍ଦଶା ର ଶିକାର ହୋଇ ଚାଲିଛନ୍ତି । ଏ ନେଇ ସ୍ଥାନୀୟ ବିଧାୟିକା ସବୁ ଜାଣି ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ ନ କରି କେବଳ ମିଥ୍ୟା ବାହା ବାଃ ନେବାରେ ବ୍ୟସ୍ତ ରହିଥିବା ଅଭିଯୋଗ ହୋଇଆସୁଛି । ଏହି ଡାକ୍ତରଖାନାରେ ଡାକ୍ତର ପଦବୀ ଓ ବିଭିନ୍ନ ପଦବୀ ଖାଲି ଥିବା ବେଳେ ଏହି ଡାକ୍ତରଖାନା ପ୍ରତି ତୁରନ୍ତ ବିଭାଗୀୟ ମନ୍ତ୍ରୀ ସଚିବ ଦୃଷ୍ଟି ଦେବାକୁ ଦୃଢ଼ ଦାବି ହେଉଛି ।