ଗଣେଶ ବିସର୍ଜନ ବେଳେ ଫୁଟିଲା ଗୁଳି : ସିନ୍ଦେ-ଉଦ୍ଧବ ଗୋଷ୍ଠୀ ମୁହାଁମୁହିଁ

0
121
ଗଣେଶ ବିସର୍ଜନ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୧୧/୦୯) : ମୁମ୍ବାଇରେ ଦିନକୁ ଦିନ ବଢ଼ି ଚାଲିଛି ଶିବସେନା ର ଉଦ୍ଧବ ଠାକରେ ଗୋଷ୍ଠୀ ଓ ଏକନାଥ ସିନ୍ଦେ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ । ଏହି ଦୁଇ ଗୋଷ୍ଠୀ ବାରମ୍ବର ମୁହାଁମୁହିଁ ହେଉଛନ୍ତି । ଏପରି କି ହାତାହାତି ଯାଏ ମଧ୍ୟ କଥା ଯାଉଛି । ମୁମ୍ବାଇର ଦାଦରରେ ଗଣେଶ ବିସର୍ଜନ ବେଳେ ପୁଣି ଥରେ ଏହି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ପ୍ରଥମେ ପାଟିତୁଣ୍ଡ ଓ ପରେ ଗୁଳିମାଡ ହୋଇଥିବା ସୂଚନା ମିଳିଛି ।

ଗଣେଶ ବିସର୍ଜନ ବେଳେ ଫୁଟିଲା ଗୁଳି । ଶନିବାର ରାତିରେ ଏହି ବିବାଦ ଆହୁରି ବଢ଼ିଥିଲା । ଦାଦର ପୁଲିସ ଷ୍ଟେସନ ଅଞ୍ଚଳରେ ଉଭୟ ଦଳ ପୁଣି ଥରେ ମୁହାଁମୁହିଁ ହୋଇଥିଲେ । ଗତ ରାତିରେ ପ୍ରଭାଦେଭିରେ ହୋଇଥିବା ଲଢ଼େଇ ସିନ୍ଦେ ଗୋଷ୍ଠୀ ର ମୁଖ୍ୟ ସାନ୍ତୋଷ ତେଲାଭାନେ ଉଦ୍ଧବ ଠାକେରଙ୍କ ଗୋଷ୍ଠୀ ର ମୁଖ୍ୟ ମହେଶ ସାୱନ୍ତ ଏବଂ ଅନ୍ୟ କର୍ମକର୍ତ୍ତାଙ୍କୁ ମାରପିଟ୍‌ କରିବା, ଧମକ ଦେବା ଓ ତାଙ୍କ ବେକର ସୁନା ଚେନ୍‌ ଚୋରି କରିଥିବା ଅଭିଯୋଗ କରିଛନ୍ତି । ସେପଟେ ବିଧାୟକ ସଦା ସରବଣକରଙ୍କ ଉପରେ ଉଦ୍ଧବ ଗୋଷ୍ଠୀ ଗୁଳିମାଡ କରିଥିବା ଅଭିଯୋଗ ହୋଇଛି ।

ତେବେ ଗୁଳିମାଡରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିବସେନା ବିଭାଗର ପ୍ରମୁଖ ମହେଶ ସାୱନ୍ତ । ସେପଟେ କିନ୍ତୁ ବିଧାୟକ ସଦା ସରବଣକର ଏହି ଗୁଳିମାଡ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ରାତିସାରା ଜାରି ରହିଥିବା ଏହି ହଙ୍ଗାମା ଭୋର ୪ ଟାରେ ଶେଷ ହୋଇଛି । ପୁଲିସ ପଚରାଉଚରା ପରେ ସକାଳୁ ବିଧାୟକ ଥାନାରୁ ବାହାରିଛନ୍ତି । ପୁଲିସ ଏହି ମାମଲାରେ ବର୍ତ୍ତମାନ ଯାଏଁ କୌଣସି ଅଫିସିଆଲ ବୟନା ଜାରି କରି ନାହିଁ । କିନ୍ତୁ ଦାଦର ପୁଲିସ ଷ୍ଟେସନରେ ସନ୍ତୋଷ ତେଲବନେଙ୍କ ଅଭିଯୋଗ ପରେ ଠାକରେ ଗୋଷ୍ଠୀଙ୍କ ମହେଶ ସାୱନ୍ତଙ୍କ ସମେତ ୩୫ ଜଣଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜ୍ଜୁ ହୋଇଛି ।