ଅସ୍ପୃଶ୍ୟତା ନିବାରଣ ସଚେତନ କାର୍ଯ୍ୟକ୍ରମ

0
297
ଅସ୍ପୃଶ୍ୟତା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୧୧/୦୯) : ଲୋକ କଳା ବିକାଶ କେନ୍ଦ୍ର ତରଫରୁ SC/ST Development Department ର ସହଯୋଗରେ ଅସ୍ପୃଶ୍ୟତା ବା ଛୁଆଁ ଅଛୁଆଁ ଭେଦଭାବ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 09 11 at 6.48.21 PM ଅସ୍ପୃଶ୍ୟତା ନିବାରଣ ସଚେତନ କାର୍ଯ୍ୟକ୍ରମ

ଏହି କାର୍ଯ୍ୟକ୍ରମ ହରଭଙ୍ଗା ବ୍ଲକ ର ପୁରୁଣା କଟକ ଓ କରଞ୍ଜକଟା ଦୁଇଟି ସ୍ଥାନରେ ହୋଇଥିଲା । ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟ ର ଜିଲ୍ଲା ସଂଯୋଜକ ଶ୍ରୀଯୁକ୍ତ ନିରଞ୍ଜନ ବାଗ ମହୋଦୟ ଅତିଥି ରୂପେ ଯୋଗଦାନ କରି ଅସ୍ପୃଶ୍ୟତା ବା ଛୁଆଁ ଅଛୁଆଁ ଜାତିଗତ ଭେଦଭାବ, ଅନ୍ଧ ବିଶ୍ୱାସ, କୁସଂସ୍କାର, Intercaste Mariage ଆଦି ଉପରେ ସଚେତନ କରିଥିଲେ । Intercaste Marriage ରେ ସରକାରଙ୍କ ତରଫରୁ ମିଳୁଥିବା ଆର୍ଥିକ ସହାୟତା ଏବଂ ଏହାକୁ ପାଇବା ପାଇଁ କେଉଁ କେଉଁ ମାଧ୍ୟମ ଦେଇ ଯିବାକୁ ହେବ ସେହି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ଜାତିପ୍ରଥା ଏକ ମାରାତ୍ମକ ବ୍ୟାଧି ଯାହାକି ସମାଜ ର ପ୍ରଗତିରେ ବାଧାପ୍ରାପ୍ତ ବୋଲି ଶ୍ରୀଯୁକ୍ତ ନିରଞ୍ଜନ ବାଗ ମହୋଦୟ କହିଥିଲେ । ସାପ କାମୁଡିବା, ବିଜୁଳି ମାରିବା, ଭାଲୁ କାମୁଡାରେ ମେଡିକାଲ ଯିବା ପାଇଁ ପରାମର୍ଶ ଦେଇଥିଲେ । ତାସହିତ ପାଲା ମାଧ୍ୟମରେ ମଧ୍ୟ ଏହି ସଚେତନ କାର୍ଯ୍ୟକ୍ରମ କରାଯାଇଥିଲା । ଯାହା କି ସ୍ଥାନୀୟ ଲୋକେ ସହଜରେ ବୁଝିବା ଏବଂ ଗ୍ରହଣ କରିବାରେ ସୁବିଧା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବ, ଆଶା, ଅଙ୍ଗନୱାଡ଼ି, CRP, ସ୍ଵୟଂ ସହାୟକ ଗୋଷ୍ଠୀ, ଯୁବକ ସଂଘ ଓ ଗ୍ରାମବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ ।

କାର୍ଯ୍ୟକ୍ରମ କୁ ପାଲା ଗୋଷ୍ଠୀ ର ଗାୟକ ମାଧବ ରଣା, ବାୟକ ରଞ୍ଜନ ସେଠୀ, ଶ୍ରିପାଲିଆ ଅଜିତ ସାହୁ, ପାଳିଆ ପ୍ରଫୁଲ୍ଲ ତରିଆ, ପାଳିଆ ଅଯୋଧ୍ୟା ଅମାତ ପାଲା କୁ ପରିଚାଳନା କରିଥିବାବେଳେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା ଅନୁଷ୍ଠାନ ର ପ୍ରତାପ ମେହେର କରିଥିଲେ । ସୁପ୍ରିୟା ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନ ର ବୁଦ୍ଧଦେବ ପ୍ରଧାନ ଏବଂ ଶିଳ୍ପା ରାଣୀ ବେହେରା ସହଯୋଗ କରିଥିଲେ ।