Friday, March 29, 2024

Top 5 This Week

Related Posts

ସ୍ଵଛ ଭାରତ ମିଶନରେ ଚୁକ୍ତି ଭିତ୍ତିକ ସଂସ୍ଥା ଦାଇତ୍ୱ ପାଇବା ପରେ ଟିଟିଲାଗଡ଼ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ରିପୋର୍ଟ : ସୁନୀଲ ଆଚାର୍ଯ୍ୟ
ବଲାଙ୍ଗୀର,ଟିଟିଲାଗଡ଼,ତା(୧୦/୦୮) : ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ପୌରପରିଷଦ ତରଫରୁ ପରିମଳ ବ୍ୟବସ୍ଥା ରେ ସୁଧାର ଆଣିବା ପାଇଁ ସ୍ଵଛ ଭାରତ ମିଶନରେ ଏକ ଘରୋଇ ସଂସ୍ଥା କୁ ଉକ୍ତ ପରିମଳ ଦାଇତ୍ୱ ପ୍ରଦାନ କରାଯାଇଛି । ଚୁକ୍ତି ଭିତ୍ତିକ ସଂସ୍ଥା କୁ ଏହି ଦାଇତ୍ୱ ପ୍ରଦାନ ନେଇ ବିଗତ ଦିନରେ ବିବାଦ ସୃଷ୍ଟି ହୋଇଥିଲା ହେଲେ ଦାଇତ୍ୱ ପାଇବା ପରେ ପରିମଳ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଛି ।

ସ୍ଵଛ ଭାରତ ମିଶନରେ ସହର ରେ ପରିମଳ ଦାଇତ୍ଵ ରେ ଥିବା ଅଧିକାରୀ ଓ କର୍ମଚାରୀ ଖାମ ଖିଆଲ ମନୋଭାବ ପୋଷଣ ସହ ଦାଇତ୍ଵ ହୀନତା ଯୋଗୁଁ ରାସ୍ତା, ଘାଟ, ନାଳ,ନର୍ଦମା, ଆବର୍ଜନା ରେ ଭର୍ତ୍ତି ହୋଇ ପଡିରହିବା ନେଇ ବାରମ୍ବାର ଅଭିଯୋଗ ସତ୍ୱେ କାର୍ଯ୍ୟାନୁଷ୍ଠାନ ନ ହେବା ନେଇ ଅସନ୍ତୋଷ ବୃଦ୍ଧି ପାଇ ଚାଲିଛି ।

ଅପରପକ୍ଷରେ ବର୍ତ୍ତମାନ ର ଡେଙ୍ଗୁ,ଚିକେନ୍ ଗୁନିଆ ପରି ମାରାତ୍ମକ ଭୁତାଣୁ ରେ ସାଧାରଣ ସଂକ୍ରମିତ ହେବା ଭୟ ରହିଛି । କେନ୍ଦ୍ର ଓ ରାଜ୍ୟସରକାର ପରିମଳ ବ୍ୟବସ୍ଥା ପାଇଁ ସ୍ଵଛଭାରତ ମିଶନ କାର୍ଯ୍ୟକାରୀ କରି ଥିବା ବେଳେ ଉକ୍ତ ଯୋଜନା କାର୍ଯ୍ୟକାରୀ କରିବା ବଦଳରେ ଉଚ ବିଭାଗୀୟ ଅଧିକାରୀ ଜାଣି,ଶୁଣି ନିରବ ରହିବା ଅଭିଯୋଗ ହୋଇଛି ।

ସହର ର ଦୈନିକ ଓ ସାପ୍ତାହିକ ହାଟପଦା ବଜାର ରେ ଅତି କଦର୍ଯ୍ୟ ଅବସ୍ଥା ଥିବା ଓ ସାମାନ୍ୟ ବର୍ଷା ହେଲେ କାଦୁଅ ସହ ଉତ୍କଟ ଦୁର୍ଗନ୍ଧ ରେ ଜନ,ଜୀବନ ଅସ୍ତ,ବ୍ୟସ୍ତ ହୋଇପଡୁଛି । ଏହି ପରିମଳ ବ୍ୟବସ୍ଥା ପାଇଁ ନାମକୁ ମାତ୍ର କିଛି ଫୋନ ନମ୍ବର ଦେଇ ତଥା ଆବର୍ଜନା ସଫେଇ କାଗଜ,କଲମ ରେ ସୀମିତ ରଖାଯାଇଛି ।

ସରକାରୀ ଭାବେ ପରିମଳ ବ୍ୟବସ୍ଥା କୁ ଏକ ଅପରେସନ ରୂପେ କାର୍ଯ୍ୟକାରୀ ନିର୍ଦ୍ଦେଶ ରହିଥିବା ବେଳେ ଉକ୍ତ ଅପରେସନ ସକ୍ସେସ ପେସେଣ୍ଟ ଡେଥ ନୀତି ଚାଲିଥିବା ସାଧାରଣ ରେ ପ୍ରକାଶ ପାଉଛି । ଏ ନେଇ ତୁରନ୍ତ ବିଭାଗୀୟ ଉଚ୍ଚ ଅଧିକାରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲ ରୁ ଦାବି ହେଉଛି ।

Popular Articles