Thursday, March 28, 2024

Top 5 This Week

Related Posts

ଟିଟିଲାଗଡ଼ରେ ବିଭିନ୍ନ ପ୍ରକଳ୍ପ ର ଲୋକର୍ପଣ ଓ ଶିଳାନ୍ୟାସ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଟିଟିଲାଗଡ଼, ତା (୧୩/୦୯) : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଅନେକ ଲୋକାଭିମୁଖୀ ପ୍ରକଳ୍ପ ର ଲୋକାର୍ପଣ ଓ ଶିଳାନ୍ୟାସ ହୋଇଯାଇଛି । ଯେଉଁଥିରେ ରାଜ୍ୟ ସରକାରଙ୍କ ୩ ବରିଷ୍ଠ ମନ୍ତ୍ରୀ ଯୋଗ ଦେଇଥିଲେ ।WhatsApp Image 2022 09 13 at 11.45.30 AM ଟିଟିଲାଗଡ଼ରେ ବିଭିନ୍ନ ପ୍ରକଳ୍ପ ର ଲୋକର୍ପଣ ଓ ଶିଳାନ୍ୟାସ

ଟିଟିଲାଗଡ଼ ର ପିପଲପଦର ଠାରେ ଓଡ଼ିଶା ର ସର୍ବପ୍ରଥମ ଟି.ଏଚ.ଆର. ଛତୁଆ ପ୍ଲାଣ୍ଟ ର ଲୋକାର୍ପଣ କରାଯାଇଛି । ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ବାସନ୍ତୀ ହେମ୍ବ୍ରମ ଓ ଟିଟିଲାଗଡ଼ ବିଧାୟିକା ତଥା ମନ୍ତ୍ରୀ ଟୁକୁନୀ ସାହୁଙ୍କ ସହ ଭର୍ଚ୍ଚୁଆଲ ମୋଡରେ ମିଶନ ଶକ୍ତି ବିଭାଗ ର ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଯୋଗଦେଇ ଛତୁଆ ପ୍ଲାଣ୍ଟ ର ଲୋକାର୍ପଣ କରିଛନ୍ତି । ଏଥିସହ ଟିଟିଲାଗଡ଼ରେ ଆଦର୍ଶ ଅଙ୍ଗନୱାଡି କେନ୍ଦ୍ର, ମିଶନ ଶକ୍ତି କ୍ୟାଫେ, ବିଡିସିସି ବ୍ୟାଙ୍କ, ମିଶନ ଶକ୍ତି ଭବନ ଓ ସୁଇମିଂପୁଲ ର ଲୋକାର୍ପଣ କରିଛନ୍ତି ।

ଏଥିସହ ୫ କୋଟିରୁ ଅଧିକ ଟଙ୍କା ର ଅନୁଦାନରେ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଉଦଘାଟନ କରାଯାଇଛି । ଟିଟିଲାଗଡ଼ ସହର ମଝିରେ ଏକ ମିଶନ ଶକ୍ତି ହାଟ ର ଶିଳାନ୍ୟାସ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ଟିଟିଲାଗଡ଼ ଉପ-ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଟିଟିଲାଗଡ଼ ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ଦୀପ ପ୍ରମୁଖ ଉପସ୍ଥିତ ରହିଥିଲେ ।

Popular Articles