ବିନିକା ବାଳକ ହାଇସ୍କୁଲରେ ଅବ୍ୟବସ୍ଥା

0
146
ବିନିକା ବାଳକ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୨/୯) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବାଳକ ହାଇସ୍କୁଲ କୁ ସରକାର 5T ସ୍କୁଲରେ ପରିଣତ କରିଛନ୍ତି । ଏହି ସ୍କୁଲରେ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସ୍ମାର୍ଟ କ୍ଲାସରୁମ ଏବଂ ଅନ୍ୟାନ୍ୟ ଭିର୍ତ୍ତିଭୁମି ର ବ୍ୟବସ୍ଥା କରିଛନ୍ତି । ହେଲେ ପ୍ରଶାସନିକ ଅଧିକାରୀ ଏବଂ ଠିକାଦାର ଙ୍କ ମିଲିଭଗତରେ ନିମ୍ନମାନର କାମ ଯୋଗୁଁ ଛାତ୍ର ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହି ସ୍କୁଲରେ ୨ଟି ସ୍ମାର୍ଟ କ୍ଲାସରୁମ ରହିଛି । ହେଳେ ଗୋଟିଏ ଭଳ ରହିଥିବା ବେଳେ ଗୋଟିଏ ଛାତ ଗଳିବାକୁ ବସିଲାଣି ବୋଲି ଅଭିଯୋଗ ହେଉଛି । ଏଥିଯୋଗୁଁ ବିପଦଜନକ ଅବସ୍ଥାରେ ଛାତ୍ରମାନେ ପାଠ ପଢୁଛନ୍ତି । ଏହି ବିନିକା ବାଳକ ସ୍କୁଲରେ ୪୫ ଲକ୍ଷ ଟଙ୍କା ସ୍ମାର୍ଟକ୍ଲାସ ରୁମ ଏବଂ ଅନ୍ୟାନ୍ୟ ସୁବିଧା ପାଇଁ ସରକାର ଙ୍କ ତରଫରୁ ଆସିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ୩୭ ଲକ୍ଷ ଟଙ୍କା ର କାମ ସରିଥିବା ସ୍କୁଲ ର ପ୍ରଧାନ ଶିକ୍ଷକ ନିଲାଚଳ ମେହେର ପ୍ରକାଶ କରିଛନ୍ତି । ଏହି ସ୍କୁଲରେ ନବମ ଏବଂ ଦଶମ ଶ୍ରେଣୀ ରହିଥିବା ବେଳେ ଏଠାରେ ୧୧୧ ଜଣ ଛାତ୍ର ଅଧ୍ୟୟନ କରୁଛନ୍ତି । ହେଳେ ଆଜି ସ୍କୁଲ ର ଅନ୍ୟ ଏକ କୋଠରୀରେ ଛାତ୍ର ମାନଙ୍କୁ ତଲେ ବସାଇ ଓଡ଼ିଆ ଶିକ୍ଷୟିତ୍ରୀ ସ୍ମୃତିରାଣୀ ଭୋଇ ପାଠ ପଢାଉ ଥିଲେ । ଏହା ସହ ସେଠାରେ ବ୍ଲାକବୋର୍ଡ ନଥିବାରୁ ଆଲମାରୀରେ ବ୍ଲାକବୋର୍ଡ ଭାବେ ଲେଖି ପାଠ ପଢାଉ ଥିବା ଭିଡିଓ ଭାଇରାଲ ହେଉଛି ।

ଏହା ବିନିକା ଅଞ୍ଚଳରେ ଏକ ଚର୍ଚ୍ଚା ର ବିଷୟ ହୋଇଛି । ଜଣେ ଶିକ୍ଷୟିତ୍ରୀ ଆଲମାରୀ ଲେଖି ପାଠ ପଠାଇବା ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ଏ ବିଷୟରେ ସ୍କୁଲ ର ପ୍ରଧାନ ଶିକ୍ଷକ ନୀଳାଚଳ ମେହେର ଙ୍କୁ ପଚାରିବାରୁ ସ୍କୁଲରେ ୨ ଟି ସ୍ମାର୍ଟ କ୍ଲାସରୁମ ରହିଥିବା ବେଳେ ମରାମତି କାମ ଚାଲୁଥିବାରୁ ଅନ୍ୟ ଏକ କୋଠରୀରେ ତଳେ ବସି ଛାତ୍ର ମାନଙ୍କୁ ଶିକ୍ଷୟିତ୍ରୀ ପାଠ ପଢାଉଥିଲେ ।

ସେଠାରେ ବ୍ଲାକବୋର୍ଡ ନଥିବା ଯୋଗୁଁ ଆଲମୀରାରେ ଲେଖି ପାଠ ପଢ଼ାଉଥିଲେ ବୋଲି ପ୍ରକାଶ କରିଛନ୍ତି । ଏ ବିଷୟରେ ବିନିକା ବିଡ଼ିଓ ବ୍ୟାସଦେବ ବେହେରାଙ୍କ ମୋବାଇଲକୁ ଫୋନ କରିଥିଲେ ମଧ୍ୟ ସେ ବ୍ୟସ୍ତ ଥିବାରୁ ଉଠାଇ ନ ଥିଲେ । । ତେଣୁ ଏହାର ଆବଶ୍ୟକ ତଦନ୍ତ ସହ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।