Friday, March 29, 2024

Top 5 This Week

Related Posts

ଶ୍ରୀ ରାମ ଡିଗ୍ରୀ କଲେଜ ଠାରେ ଏସିଡ ଫିଙ୍ଗା ନେଇ ଆଇନ ସଚେତନ ଶିବିର ଅନୁଷ୍ଠିତ

ରିପୋର୍ଟ : ପ୍ରଣତି ସାବତ
ଗଜପତି, (୧୪/୦୯) : ଆଜି କାଶୀନଗର ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ସଚେତନ ଶିବିର ଶ୍ରୀ ରାମ ଡିଗ୍ରୀ କଲେଜ ରେ ଅନୁଷ୍ଠିତ ହୋଇଯାଇଛି ।

ଶ୍ରୀ ରାମ ଡିଗ୍ରୀ କଲେଜ ଠାରେ ଜିଲ୍ଲା ଆଇନ ପ୍ରାଧିକରଣ ସେବା ତରଫରୁ ଏକ ଆଇନ ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା ଶ୍ରୀରାମ ଡିଗ୍ରୀ କଲେଜ ର ଅଧ୍ୟକ୍ଷ ସୃ ପ୍ରଶାନ୍ତ ବନପାଲି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଶିବିର ରେ ଜିଲ୍ଲା ଜର୍ଜ ଶ୍ରୀ ରବି ନାରାୟଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏତଦ ବ୍ୟତୀତ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡ. ଦୁର୍ଗା ପ୍ରସାଦ ପଣ୍ଡା ଯୋଗ ଦେଇଥିଲେ ।

ଶ୍ରୀ ରାମ ଡିଗ୍ରୀକଲେଜ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ । କଲେଜର ସମର ଶୁକ୍ଷାର୍ଥୀ ବାହିନୀ ତରଫରୁ ମନରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପସ୍କୋ ଏକ୍ଟ, ନାବାଳିକା ଧର୍ଷଣ ଓ ବିଭିନ୍ନ ଧାରା ଉପରେ ଆଲୋଚନା କରାଯାଇ ଆଗାମୀ ଯୁବପିଢ଼ି ଙ୍କୁ ସଚେତନ ଓ ଜାଗ୍ରତ କରାଯାଇଥିଲା । ଏସିଡ ଫିଙ୍ଗା ଓ ତତଜନିତ ସମସ୍ୟା ଓ ଦଣ୍ଡ ବିଧି ଉପରେ ଉପସ୍ଥିତ ଶ୍ରୋତା ଙ୍କୁ ସଚେତନ କରାଯାଇଥିଲା । ଏସିଡ ଫିଙ୍ଗା ଦ୍ୱାରା ଯୁବକ ମାନେ ନାବାଳିକା ମାନଙ୍କୁ ଯେଉଁ ପ୍ରକାର ହଇରାଣ କରି ଜୀବନ କୁ ବରବାଦ କରୁଛନ୍ତି ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବୁଝା ଯାଇଥିଲା ।

Popular Articles