ଆସନ୍ତା ୪ ଦିନ ଯାଏଁ ଲାଗିରହିବ ବର୍ଷା ; ୧୭ଟିଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

0
271

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର, (୧୧/୦୮) : ମୌସୁମୀ ଦୁର୍ବଳ ଥିଲେ ବି ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୪ ଦିନ ଯାଏଁ ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଥିବାରୁ ଆଜି ୧୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ଆସନ୍ତା ୪ ଦିନ ଯାଏଁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ମୟୂରଭଂଜ, କେନ୍ଦୁଝର, ଅନୁଗୁଳ, ନୟାଗଡ଼, ଗଂଜାମ, ଗଜପତି, ରାୟଗଡ଼ା ଏବଂ କନ୍ଧମାଳରେ ଆଜି ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଏହି ସବୁ ଜିଲ୍ଲାର ଜିଲ୍ଲାପାଳ ଓ ସବୁ ବିଭାଗକୁ ସତର୍କ ରହିବାକୁ ଏସଆରସି ଚିଠି ଲେଖିଛନ୍ତି । ଆଜି ଏବଂ ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ବଢ଼ିବା ସମ୍ଭାବନା ରହିଛି । ଆସନ୍ତା ୧୩ ଏବଂ ୧୪ ତାରିଖରେ ବର୍ଷାର ପରିମାଣ ସାମାନ୍ୟ କମିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ହେଲେ ଏହା ପରେ ପୁଣି ବର୍ଷା ବଢ଼ିବ ବୋଲି କୁହାଯାଇଛି ।