Friday, March 29, 2024

Top 5 This Week

Related Posts

ସୁଧୁରିବ କି ଭାରତ-ଚୀନ୍ ସମ୍ପର୍କ ? ପଏଣ୍ଟ-୧୫ରୁ ସୈନ୍ୟ ପ୍ରତ୍ୟାହାର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୧୪/୦୯) : ସୁଧୁରିବ କି ଭାରତ-ଚୀନ୍ ସମ୍ପର୍କ ? ସ୍ୱାଭାବିକ ହେବ କି LAC ସ୍ଥିତି ? ପ୍ରାୟ ୨୮ ମାସରୁ ଅଧିକ ସମୟ ଧରି ଦୁଇ ଦେଶ ମଧ୍ୟରେ ତିକ୍ତତା ପରେ, ଏବେ ପରିସ୍ଥିତିରେ ସୁଧାର ଆସୁଥିବା ଦେଖିବାକୁ ମିଳୁଛି । 

ସୁଧୁରିବ କି ଭାରତ-ଚୀନ୍ ସମ୍ପର୍କ ? ଭାରତ-ଚୀନ ସୀମାରେ ଥିବା ପୂର୍ବ ଲଦାଖର ଗୋଗ୍ରା ହଟ୍ ସ୍ପ୍ରିଙ୍ଗସ ଅଞ୍ଚଳ ବା ପାଟ୍ରୋଲିଂ ପଏଣ୍ଟ-୧୫ରୁ ଉଭୟ ଦେଶ ନିଜ ସୈନ୍ୟ ପ୍ରତ୍ୟାହାର କରି ନେଇଛନ୍ତି । ସେ ଅଞ୍ଚଳରେ ଥିବା ଅସ୍ଥାୟୀ ଶିବିର କୁ ହଟାଯାଇ ପଛକୁ ଫେରିଛନ୍ତି ଦୁଇ ଦେଶର ସେନା । ଏହାପରେ ଦୁଇ ଦେଶ ପକ୍ଷରୁ ମିଳିତ ଯାଞ୍ଚ କରାଯାଇଛି । ସମ୍ପୃକ୍ତ ଅଞ୍ଚଳ କୁ ନୋ ପାଟ୍ରୋଲିଂ ବଫର ଜୋନ ଘୋଷଣା କରାଯାଇଛି । ଅନ୍ୟପକ୍ଷରେ ଦୀପସାଙ୍ଗ୍ ଓ ଡେମଚୁକ୍ ଅଞ୍ଚଳ ଉପରେ ଏବେ ନଜର । ସେ ଅଞ୍ଚଳରେ ଏବେ ବି ଉଭୟ ପକ୍ଷର ସୈନ୍ୟ ମୁତୟନ ଅଛନ୍ତି ।

ଏଯାବତ୍ ଏଲ୍ଏସି ନିକଟ ବିବାଦୀୟ ଅଞ୍ଚଳ ଗଲୱାନ ଭ୍ୟାଲି, ପ୍ୟାଙ୍ଗଙ୍ଗ୍, ଗୋଗ୍ରା ସ୍ପଟ ଓ ପାଟ୍ରୋଲିଂ ପଏଣ୍ଟ ୧୫ ରୁ ୪ ଟି ପର୍ଯ୍ୟାୟରେ ସୈନ୍ୟ ପ୍ରତ୍ୟାହାର ହୋଇଛି । ବିବାଦୀୟ ଅଞ୍ଚଳକୁ ନେଇ ଦୁଇ ଦେଶ ମଧ୍ୟରେ ୨୦୨୦ ମସିହା ମେ’ ପରଠାରୁ ସମ୍ପର୍କରେ ତିକ୍ତତା ଆସିଛି । ଏହାର ସମାଧାନ ପାଇଁ ୨୦୨୦ ରେ ୮ ଥର ଓ ୨୦୨୧ ରେ ୫ ଥର ଦୁଇ ଦେଶର ସେନା ମଧ୍ୟରେ ଆଲୋଚନା ହୋଇଛି ।

ଚଳିତବର୍ଷ ଏପର୍ଯ୍ୟନ୍ତ ୩ ଟି ପର୍ଯ୍ୟାୟରେ ଆଲୋଚନା ହୋଇସାରିଛି । ମୋଟ୍ ୧୬ ଟି ପର୍ଯ୍ୟୟରେ ଦୁଇ ଦେଶ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ଏବେ ବି ଅନେକ ଅଞ୍ଚଳ ରେ ଅଡ଼ୁଆ ତୁଟିନି ।

Popular Articles