Thursday, March 28, 2024

Top 5 This Week

Related Posts

ଗୁଞ୍ଜିବାଡ଼ି ପଞ୍ଚାୟତ ରେ ମଦମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ବିଭୁତି ଲହରିୟା
ବାଲିଗୁଡା, (୧୪/୦୯) : କନ୍ଧମାଳ ଜିଲ୍ଲା କ ନୂଆଁ ଗାଁ ବ୍ଲକ ଗୁଞ୍ଜିବାଡ଼ି ପଞ୍ଚାୟତ ସମାଜସେବୀ ଉମେଶ ଚନ୍ଦ୍ର ଦିଗାଲଙ୍କ ନେତୃତ୍ୱରେ ମଦମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଗୁଞ୍ଜିବାଡ଼ି ପଞ୍ଚାୟତ ର ସମସ୍ତ ମହିଳା ଏସଏଚଜି ସଦସ୍ୟ ମାନେ ଉପସ୍ଥିତ ରହି । ଏକ ରାଲି ମାଧ୍ୟମରେ ୧୪ ଟି ୱାର୍ଡ଼ ବୁଲି ମଦ ବିକ୍ରୟ ସମ୍ପୂର୍ଣ୍ଣ ବନ୍ଦ କରିବା ନିମନ୍ତେ ଅଞ୍ଚଳବାସୀଙ୍କୁ ପରାମର୍ଶ ଦେଇଥିଲେ । ଏହା ସହ ଗୁଞ୍ଜିବାଡ଼ି ପଞ୍ଚାୟତକୁ ମଦମୁକ୍ତ ପଞ୍ଚାୟତରେ ଗଠନ କରିବାରେ ସହଯୋଗ କରିବା ନିମନ୍ତେ ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉମେଶ ଚନ୍ଦ୍ର ଦିଗାଲ, ସରପଞ୍ଚ ନରୋତ୍ତମ ପ୍ରଧାନ, କୁନାଳ ଦିଗାଲ, ରାଧାକାନ୍ତ ଦିଗାଲ, ପ୍ରାଣନାଥ ଦିଗାଲ, ପୃଷ୍ଟି ପ୍ରଧାନ, ସଲପଜଡ଼ି ଏସଏଚଜି ସଭାପତି ଚନ୍ଦମା ପ୍ରଧାନ, ଆରତି ପ୍ରଧାନ, କୁମାନି ପ୍ରଧାନ, କମଳୀନୀ ପ୍ରଧାନ, ସ୍ୱପ୍ନା ନାୟକ ଓ ଗ୍ରାମବାସୀ ସାମିଲ୍ ହୋଇଥିଲେ ।

Popular Articles