ଗୃହ ନିର୍ମାଣ ରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଅନୁଷ୍ଠିତ 

0
114
ଗୃହ ନିର୍ମାଣ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୪/୯) : ଗୃହ ନିର୍ମାଣ ରେ ଶକ୍ତି ସଂରକ୍ଷଣ ବ୍ୟବସ୍ଥା ନେଇ ପ୍ରଶିକ୍ଷଣ ଶିବିର ରାୟଗଡ଼ାରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଶକ୍ତି ବିଭାଗ ପକ୍ଷରୁ ରାୟଗଡ଼ା ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏହି ଶିବିର ଆୟୋଜିତ ହୋଇଥିଲା ।

ଏହାକୁ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଉଦ୍ଘାଟନ କରିଥିଲେ । ଏଥିରେ ଗୃହ ନିର୍ମାଣ ଓ ଏହାର ଡିଜାଇନ୍ ସମୟରେ କିପରି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇ ଶକ୍ତି ସଂରକ୍ଷଣ କରାଯାଇ ପାରିବ ସେ ନେଇ ତାଲିମ ପ୍ରଦାନ କରାଯାଇଥିଲା । ଶକ୍ତି ବିଭାଗ ର ଇଂ ଅଶୋକ କୁମାର ନନ୍ଦ, ମାଷ୍ଟର ଟ୍ରେନର କୁମାର ବିପ୍ଲବ ଓ ଦିନେଶ କୁମାର ଯୋଗଦେଇ ପ୍ରୋଜେକ୍ଟର ମାଧ୍ୟମରେ ପ୍ରଶିକ୍ଷଣ ଦେଇଥିଲେ ।

ବ୍ୟବସାୟୀକ ପ୍ରତିଷ୍ଠାନ ଓ ବାସଗୃହ ନିର୍ମାଣ ସମୟରେ ଶକ୍ତି ସଂରକ୍ଷଣ କୁ ଗୁରୁତ୍ୱ ଦେବାକୁ ତାଲିମ ପ୍ରଦାନ କରାଯାଇଛି । ଏଥିରେ ଡିଆଇସି ଜିଏମ ବିକାଶ ଚନ୍ଦ୍ର ବାଇନ, ପୂର୍ତ୍ତ ବିଭାଗ ର ଅଧୀକ୍ଷଣ ଯନ୍ତ୍ରୀ ଯମୁନା ବେହେରା, ଡେପୁଟି ଇଲେକ୍ଟ୍ରିକାଲ ଇନିସପେକ୍ଟର ବିଷ୍ଣୁପ୍ରିୟା ଶବର, ତାରକେଶ ପ୍ରସାଦ ମିଶ୍ରଙ୍କ ସମେତ ପୂର୍ତ୍ତ ଓ ଗୃହନିର୍ମାଣ, ପୌର ପାଳିକା, ଇଲେକ୍ଟ୍ରିକାଲ, ଗ୍ରାମ୍ୟ ଉନ୍ନୟନ, ସ୍ଥପତି ବିଭାଗ ର ଇଂଜିନିୟରମାନେ ଯୋଗ ଦେଇଥିଲେ ।