Home Education & Research ଜାତୀୟ ଇଂଜିନିୟରସ ଦିବସ ଜି.ଆଇ.ଇ.ଟି. ବିଶ୍ୱ ବିଦ୍ୟାଳୟରେ ପାଳିତ

ଜାତୀୟ ଇଂଜିନିୟରସ ଦିବସ ଜି.ଆଇ.ଇ.ଟି. ବିଶ୍ୱ ବିଦ୍ୟାଳୟରେ ପାଳିତ

0
ଜାତୀୟ ଇଂଜିନିୟରସ ଦିବସ ଜି.ଆଇ.ଇ.ଟି. ବିଶ୍ୱ ବିଦ୍ୟାଳୟରେ ପାଳିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୧୬/୦୯) : ଆଜି ସ୍ଥାନୀୟ ଜି.ଆଇ.ଇ.ଟି. ବିଶ୍ୱ ବିଦ୍ୟାଳୟ ପରିସରରେ ଭାରତ ର ପ୍ରଥମ ସିଭିଲ ଇଂଜିନିୟର ଏମ. ବିଶ୍ଵେଶ୍ଵର ରାୟ ଙ୍କ ଜନ୍ମ ବାର୍ଷିକ ଉପଲକ୍ଷେ ଆଜି ଜାତୀୟ ଇଂଜିନିୟରସ ଦିବସ ପାଳିତ ହୋଇଯାଇଛି ।

ଜାତୀୟ ଇଂଜିନିୟରସ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଇଣ୍ଡିଆନ ସୋସାଇଟି ଫର ଟେକ୍ନିକାଲ ଏଜୁକେଶନର ଜାତୀୟ ପରିଷଦ ସଭ୍ୟ ଡ଼ଃ ମାନସ ରଞ୍ଜନ ସେନାପତି ଆଭାସି ମାଧ୍ୟମରେ ଯୋଗଦେଇ ସୋସାଇଟି ର କାର୍ଯ୍ୟକ୍ରମ ଓ ଛାତ୍ରଛାତ୍ରୀ ମାନଙ୍କ ଉନ୍ନତି ସକାଶେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ସ୍କୁଲ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ର ଡିନ ଡ଼ଃ ଏ.ବି. ଶ୍ରୀନିବାସ ରାଓ, ଡ଼ିନ ଏକାଡେମୀକସ ଡ଼ଃ ଏ.ଭି.ଏନ.ଏଲ. ଶର୍ମା ପ୍ରମୁଖ ଯୋଗଦେଇ ବର୍ତ୍ତମାନ ଇଂଜିନିୟର ମାନଙ୍କ ଉପଲବ୍ଧ ଏବଂ କାର୍ଯ୍ୟ ଦକ୍ଷତା ବିଷୟରେ କହିଥିଲେ ।

ଏହି ଦିବସ ପାଳିତ ନିମନ୍ତେ ପୂର୍ବରୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଆଜି ସେହି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ରାଶି ସହ ମାନପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଏହି ସଭାରେ ବିଶ୍ୱବିଦ୍ୟାଳୟ ର ରେଜିଷ୍ଟ୍ରାର ଡ଼ଃ ଏନ.ଭି.ଜେ. ରାଓ, ସମସ୍ତ ବିଭାଗ ର ମୁଖ୍ୟ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ମାନସ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।