କନକ ନିଆଲ ସନ୍ଦେହଜନକ ମୃତ୍ୟୁ ମାମଲା ର ସିବିଆଇ ତଦନ୍ତ ଦାବି ଜୋର ଧରିଲା

0
118
କନକ ନିଆଲ

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା (୧୫/୦୯) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଘୋଟିଆ ଗାଁରେ ଦଶମ ଶ୍ରେଣୀ ର ଜଣେ ଛାତ୍ରୀ କନକ ନିଆଲ ର ସନ୍ଦେହଜନକ ମୃତ୍ୟୁ ମାମଲା ର ସିବିଆଇ ତଦନ୍ତ ଦାବି ଜୋର ଧରିବାରେ ଲାଗିଛି ।WhatsApp Image 2022 09 16 at 7.59.21 AM 1 କନକ ନିଆଲ ସନ୍ଦେହଜନକ ମୃତ୍ୟୁ ମାମଲା ର ସିବିଆଇ ତଦନ୍ତ ଦାବି ଜୋର ଧରିଲା

ଏହି ମାମଲାରେ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରି ଜେଲ୍ ପଠାଇଥିବାବେଳେ କନକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ନେଇ ପୁଲିସ ର ତଦନ୍ତ ଉପରେ ଅଙ୍ଗୁଳି ଉଠିଛି । ପାରିପାର୍ଶ୍ଵିକ ଘଟଣାରୁ ଛାତ୍ରୀ କନକ ନିଆଲ ଙ୍କୁ ହତ୍ୟା କରି ଆତ୍ମହତ୍ୟା ର ରୂପ ଦିଆଯାଇଥିବା ଓ ଏଥିରେ ଏକାଧିକ ବ୍ୟକ୍ତି ସାମିଲ ଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଆସୁଛନ୍ତି ।

ଏଣୁ ଏହି ମାମଲା ର ସିବିଆଇ ତଦନ୍ତ କିମ୍ବା ବିଚାର ବିଭାଗୀୟ ତଦନ୍ତ କରାଯିବା, ମୃତ ଛାତ୍ରୀଙ୍କ ପରିବାର ବର୍ଗଙ୍କୁ ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ ସମେତ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦଳିତ ନିର୍ଯାତନା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଓଡ଼ିଶା ର ୩୨ରୁ ଅଧିକ ସାମାଜିକ ଓ ରାଜନୈତିକ ସଙ୍ଗଠନ ସମ୍ମିଳିତ ଭାବେ ଭବାନୀପାଟଣାରେ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

ଓଡ଼ିଶା ର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଙ୍ଗଠନ ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ ର ଆହ୍ୱାନରେ ଗଠିତ ବହୁଜନ ଜଷ୍ଟିସ୍ ଫୋରମ୍ ର ଆବାହକତ୍ୱରେ ଆୟୋଜିତ ଏହି ବିଶାଳ ଜନ ସମାବେଶ ଭବାନୀପାଟଣା କଲେଜ ଛକରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ଏସ୍ ସି, ଏସ୍ ଟି, ଓବିସି, ମାଇନରିଟି ଜଏଣ୍ଟ ଏକସନ୍ କମିଟି, ବହୁଜନ ଯୁବଛାତ୍ର ସାମୁଖ୍ୟ, ଆମ୍ବେଦକରାଇଟ୍ ପାର୍ଟି ଅଫ୍ ଇଣ୍ଡିଆ, ବହୁଜନ ମୁକ୍ତି ପାର୍ଟି, ବହୁଜନ ସମାଜ ପାଟି, ଭୀମ ଆର୍ମୀ, ଭୀମ ସେନା, ଲାଠୋର ଡେଭଲପମେଣ୍ଟ ଏସୋସିଏସନ, ସାମାଜିକ ସଚେତନତା ଅଭିଯାନ, ଏନ୍ଏଫ୍ଆଇଡି, ଆମ୍ବେଦକର ବିଚାରମଞ୍ଚ, ବାପସା, ବହୁଜନ ଛାତ୍ର ସଙ୍ଗଠନଙ୍କ ସମେତ ଓଡ଼ିଶା ର କୋଣ ଅନୁକୋଣରୁ ବହୁ ସଙ୍ଗଠନ ର କର୍ମକର୍ତ୍ତା ସାମିଲ ହୋଇଥିଲେ ।

ପରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ, ଜାତୀୟ ମାନବାଧିକାର କମିଶନ, ଜାତୀୟ ଅନୁସୂଚିତ ଜାତି କମିଶନଙ୍କ ଉଦ୍ଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ଵେଷା ରେଡ୍ଡୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିପାଇଁ ଆଜି ଭବାନୀପାଟଣା ସହରରେ ପ୍ରାୟ ୨୦ ହଜାରରୁ ଅଧିକ ଜନସମାଗମ ହୋଇଥିଲା ।

ଏଥିରେ ଧନଞ୍ଜୟ ଦୀପ, ଛବିଲାଲ ନିଆଲ, ଅଭିରାମ ମଲ୍ଲିକ, ମନୋରଞ୍ଜନ ଜେନା, ଦିଗାମ୍ବର ଦୁରିଆ, ଯତୀନ୍ଦ୍ର କର, ଗଙ୍ଗାଧର ଜାଲ, ଅନୀଲ ମଲ୍ଲିକ, ଦୀନେଶ ନାଗ, କ୍ଷେତ୍ରମଣି ସତନାମୀ, ସୀତାରାମ ମେହେର, ଋଷିସୂଦନ ଛତ୍ରପାଲ, ପ୍ରିୟଙ୍କା ବେମାଲ, ପୂର୍ଣ୍ଣଚନ୍ଦ୍ର ପାଇକ, ଲବ ସୁନା, ଆଶିଷ ନାଏକ, ରଜନୀକାନ୍ତ ସମର୍ଲିଆ, ଶ୍ରୀବତ୍ସ ତାଣ୍ଡି, ସରୋଜ ନାଏକ, କମଳିନୀ ଯାଦବ, ମହେନ୍ଦ୍ର ଧଙ୍ଗଡ଼ାମାଝୀ, ମାଧବ ସୁନାନୀ, ତେଜରାଜ ବେହେରା, ସୂର୍ଯ୍ୟ ନାରାୟଣ କୁମାର, ମହାଦେବ ବାଗ, ବିରଞ୍ଚି ନାରାୟଣ ଜାଲ, ଜୟପ୍ରକାଶ ଜାଲ, ଜଗଦୀଶ ବେନିଆଁ, ରଘୁନାଥ ଦୀପ, ବରୁଣ ସୁନା, ସୁଶୀଲ କୁମାର ବାଗ, ରମଣୀ ଦୁରିଆ, ବିଜୟଲକ୍ଷ୍ମୀ ସ୍ୱର୍ଣ୍ଣ , କବିତା ବାଗ, ଓମ୍ ପ୍ରକାଶ ଛତ୍ରିଆ ପ୍ରମୁଖ ନେତୃତ୍ୱ ନେଇଥିଲେ ।

୨୦ ହଜାରରୁ ଅଧିକ ବିଶାଳ ଜନସମାଗମକୁ ନିୟନ୍ତ୍ରଣ ପାଇଁ ଆଜି ପୁଲିସ ପ୍ରଶାସନକୁ ନାକେଦମ୍ ହେବାକୁ ପଡ଼ିଥିଲା । ଏପରିକି ଭବାନୀପାଟଣା ସହରରେ ଚାରିଘଣ୍ଟା ପର୍ଯ୍ୟନ୍ତ ଅଖ ଚକ ଜାମ୍ ହେବା ଭଳି ପରିସ୍ଥିତି ଉପୁଜିଥିଲା ।