Thursday, March 28, 2024

Top 5 This Week

Related Posts

ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ରରେ ପୋଷଣ ଅଭିଯାନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୭/୯) : ଆଜି ରାୟଗଡ଼ା ଜିଲ୍ଲା ର ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ପୋଷଣ ଅଭିଯାନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ଓ IFFCO ରାୟଗଡ଼ା ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ କାର୍ଯ୍ୟକ୍ରମରେ IFFCO ର ଫିଲ୍ଡ ଅଫିସର ତାପସ ରଞ୍ଜନ ସାହୁ ଓ ଅନ୍ୟ କ୍ଷେତ୍ର କର୍ମଚାରୀ ମାନେ ଯୋଗ ଦେଇଥିଲେ ‌। ଜିଲ୍ଲା ସ୍ତରୀୟ କୃଷି ଓ ଉଦ୍ୟାନ କୃଷି ବିଭାଗ ର ଅଧିକାରୀଙ୍କ ସମେତ ରାୟଗଡ଼ା ଜିଲ୍ଲା ର ବିଭିନ୍ନ ଗ୍ରାମରୁ ୧୦୦ ରୁ ଉର୍ଦ୍ଧ୍ୱ ଚାଷୀ ଯୋଗ ଦେଇଥିଲେ । ଗୁଣପୁର କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ବିନୋଦ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେବା ସହିତ ପୋଷଣ ଅଭିଯାନ ର ଆଭିମୁଖ୍ୟ ଓ ବୃକ୍ଷ ରୋପଣ ଉପରେ ଆଲୋକପାତ କରିଥିଲେ ।

IFFCO ର ଫିଲ୍ଡ ଅଫିସର ତାପସ ରଞ୍ଜନ ସାହୁ ପୋଷକ ତତ୍ତ୍ଵ, ବୃକ୍ଷ ରୋପଣ, ବିଭିନ୍ନ ଫସଲରେ ଅଣୁସାର ର ଆବଶ୍ୟକତା, ନାନୋ ଫର୍ଟିଲାଇଜର ର ବ୍ୟବହାର ଉପରେ ଗୁରୁତ୍ଵାରୋପ କରିଥିଲେ । ଉପସ୍ଥିତ କୃଷି ଓ ଉଦ୍ୟାନ କୃଷି ଅଧିକାରୀ, କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ବୃନ୍ଦ ଜୈବିକ ଚାଷ ପଦ୍ଧତି, ପାକଶାଳା ବଗିଚା, ସନ୍ତୁଳିତ ଖାଦ୍ୟ, ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ ଜାତୀୟ ଚାଷ, କୁପୋଷଣ ଦୂରିକରଣ ଉପରେ ସବିଶେଷ ଆଲୋଚନା କରିଥିଲେ । ଏହି ଅବସରରେ ଭାରତ ସରକାରଙ୍କ କୃଷି ଓ କୃଷକ ମନ୍ତ୍ରଣାଳୟ ର ମନ୍ତ୍ରୀ ମହୋଦୟ ଙ୍କ ଅଭିଭାଷଣ ର ସିଧା ପ୍ରସାରଣ ପ୍ରୋଜେକ୍ଟରେ ମାଧ୍ୟମରେ ଚାଷିମାନଙ୍କୁ ପ୍ରଦର୍ଶିତ କରାଯାଇଥିଲା ।

ଏହି ଅବସରରେ ପନିପରିବାର ମଞ୍ଜି ପ୍ୟାକେଟ, ସଜନା ଓ ଅମୃତଭଣ୍ଡା ଚାରା ଚାଷିମାନଙ୍କୁ ବଣ୍ଟନ କରାଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃଷି ବିଜ୍ଞାନ କେନ୍ଦ୍ର ଓ IFFCO ର କର୍ମଚାରୀ ମାନେ ସଫଳ ପରିଚାଳନା କରିଥିଲେ ।

Popular Articles