ସଦେଇପାଲି ସ୍ଥିତ ସୁଶ୍ରୀ ଆଇ.ଟି.ଆଇ. ରେ ୨୦୨୨ ସମାବର୍ତ୍ତନ ଉତ୍ସବ

0
285
ସଦେଇପାଲି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୧୯/୦୯) : ସଦେଇପାଲି ସ୍ଥିତ ସୁଶ୍ରୀ ଆଇ.ଟି.ଆଇ. ର ଏ.ଆଇ.ଟି.ଟି. ୨୦୨୨ ଉତ୍ତୀର୍ଣ୍ଣ ପ୍ରଶିକ୍ଷାର୍ଥିଙ୍କ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 09 19 at 9.03.06 AM ସଦେଇପାଲି ସ୍ଥିତ ସୁଶ୍ରୀ ଆଇ.ଟି.ଆଇ. ରେ ୨୦୨୨ ସମାବର୍ତ୍ତନ ଉତ୍ସବ

ସଦେଇପାଲି ସ୍ଥିତ ସୁଶ୍ରୀ ଆଇ.ଟି.ଆଇ. ରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଠ ସମାଜସେବୀ ତଥା ସୁଶ୍ରୀ ଶିକ୍ଷା ଅନୁଷ୍ଠାନ ସମୂହ ର ପ୍ରତିଷ୍ଠାତା ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଶିକ୍ଷାର୍ଥୀ ମାନଙ୍କୁ ନିଜ ଉପରେ ନିଜର ବିଶ୍ୱାସ ରଖିବା ଓ ମୁଁ କରିପାରିବି ବିଶ୍ୱାସ ରଖି ଆଗକୁ ବଢି ଚାଲିବା ପାଇଁ ଉଦବୋଧନ ଦେଇଥିଲେ ।

ଏହି ଉତ୍ସରେ ମୁଖ୍ୟ ପ୍ରବକ୍ତା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ବଲାଙ୍ଗୀର ଅଧ୍ୟକ୍ଷ ଇଂ ମିଲନ କୁମାର ସାହୁ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ଆଜିର ଏହି ପବିତ୍ର ବିଶ୍ୱକର୍ମା ଦିବସରେ ସମସ୍ତ ଆଇ.ଟି.ଆଇ. ପ୍ରଶିକ୍ଷାର୍ଥୀ ନିଜକୁ ନିଜେ ଗୋଟିଏ ବିଶ୍ୱକର୍ମା ବନି ଭାରତ ନିର୍ମାଣରେ ସହାୟକ ହେବାପାଇଁ ପ୍ରବର୍ତ୍ତାଇ ଥିଲେ । ଉତ୍ସବରେ ସୁଶ୍ରୀ ଆଇ.ଟି.ସି. ର ଏ.ଆଇ.ଟି.ଟି. ରେ ଉତ୍ତୀର୍ଣ୍ଣ ହୋଇଥିବା ସମସ୍ତ ପ୍ରଶିକ୍ଷାର୍ଥୀଙ୍କ ଏନ.ଟି.ସି. ପ୍ରଦାନ କରାଯାଇଥିବା ବେଳେ ଫିଟର, ଇଲେଟ୍ରିସିଏନ ଟ୍ରେଡର ଟପରଙ୍କୁ ଟ୍ରପିଂ ସହ ଏନ.ଟି.ସି. ପ୍ରଦାନ କରାଯାଇଥିଲା ।WhatsApp Image 2022 09 19 at 9.03.06 AM 1 ସଦେଇପାଲି ସ୍ଥିତ ସୁଶ୍ରୀ ଆଇ.ଟି.ଆଇ. ରେ ୨୦୨୨ ସମାବର୍ତ୍ତନ ଉତ୍ସବ

ଏହି ଉତ୍ସବକୁ ସୁଶ୍ରୀ ଆଇ.ଟି.ସି. ର ଅଧ୍ୟକ୍ଷ ଇଂ ସନ୍ତୋଷ କୁମାର ବ୍ରହ୍ମା ପରିଚାଳନା କରିଥିଲେ । ଆଇ.ଟି.ସି. ର ଏ.ଟି.ଓ. ସ୍ୱାଧିନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ ର ମୁକେଶ ନାୟକ, ବିକାଶ ବାଗ, ଅନିତାରାଣୀ ଛତ୍ରୀଆ, ଆଶିଷ ମିଶ୍ର, ନିଶାର କାନ୍ତ ନାଗ, ଗଣେଶ୍ୱର ଶତପଥି, ଅମିତ ମିଶ୍ର, ଦିଗାମ୍ବର ସାଏ, ସୁଧାକର ସାହୁ ପ୍ରମୁଖ କର୍ମକର୍ତ୍ତା ସହଯୋଗ କରିଥିଲେ ।