Friday, March 29, 2024

Top 5 This Week

Related Posts

ଭୂମିକମ୍ପରେ ଥରିଲା ମେକ୍ସିକୋ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୦/୦୯) : ଭୂମିକମ୍ପରେ ଥରିଲା ଆମେରିକା ର ମେକ୍ସିକୋ । ବିଳମ୍ବିତ ରାତିରେ ଏଠାରେ ଭୟଙ୍କର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତ ୭.୬ ରେକର୍ଡ କରାଯାଇଛି ।

ଭୂମିକମ୍ପରେ ଥରିଲା ମେକ୍ସିକୋ । ଭୂକମ୍ପରେ ତୀବ୍ରତା ଏତେ ଥିଲା ଯେ, ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ତେବେ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ । ରିପୋର୍ଟ ଅନୁଯାୟୀ, ୭.୬ ତୀବ୍ରତା ଭୂକମ୍ପ ଯୋଗୁଁ ଅନେକ ଘର ଓ ବିଲ୍ଡିଂ ଦୋହଲି ଯାଇଛି । ଏଥିସହ କ୍ଷତିଗ୍ରସ୍ତ ମଧ୍ୟ ହୋଇଛି ।

କୁହାଯାଉଛି ସ୍ଥାନୀୟ ସମୟ ମଧ୍ୟାହ୍ନ ୧.୦୫ ରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ମାଇକୋଚାନ୍ ରାଜ୍ୟର ଲା ପ୍ଲାସିଟା ଡି ମୋରେଲୋସ୍ ସହରରେ ଏହାର କେନ୍ଦ୍ରସ୍ଥଳ ଥିବା କୁହାଯାଉଛି । ରାଜଧାନୀ ମେକ୍ସିକୋ ସିଟି ପର୍ଯ୍ୟନ୍ତ ଏହି ଭୂକମ୍ପ ର କମ୍ପନ ଅନୁଭୂତ ହୋଇଥିଲା । ପ୍ରବଳ ଭୂକମ୍ପ ପରେ ସୁନାମି ଆଲର୍ଟ ମଧ୍ୟ ଜାରି କରାଯାଇଛି ।

ଏହି ଭୂକମ୍ପ ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଛି । ଲୋକେ ଘରୁ ବାହାରି ସୁରକ୍ଷିତ ସ୍ଥାନକୁ ଦୌଡି ପଳାଇଥିଲେ । ତେବେ ଭୂକମ୍ପ ହେତୁ କେହି ମୃତାହତ ହୋଇନାହାଁନ୍ତି । ମେକ୍ସିକୋର କୋଲିମା ରାଜ୍ୟ ର ଏକ ମଲରେ ଅବସ୍ଥିତ ଏକ ଜିମ୍ ଭୂକମ୍ପ ଦ୍ୱାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

ରିପୋର୍ଟ ମୁତାବକ, ଆଜକୁ ପ୍ରାୟ ୫ ବର୍ଷ ପୂର୍ବେ ସେପ୍ଟେମ୍ବର ୧୯ ତାରିଖରେ ହିଁ ମେକ୍ସିକୋରେ ଭୂମିକମ୍ପ ହୋଇଥିଲା । ଏଥିରେ ୩୭୦ ଜଣଙ୍କର ମୃତ୍ୟୁ ଘଟିଥିଲା । ଦେଶ ର ମଧ୍ୟଭାଗ ଏବଂ ଦକ୍ଷିଣ ଭାଗରେ ସର୍ବାଧିକ କ୍ଷୟକ୍ଷତି ହୋଇଥିଲା । ୧୯୮୫ରେ ମଧ୍ୟ ୧୯ ସେପ୍ଟେମ୍ବରରେ ହିଁ ଭୂକମ୍ପ ହୋଇଥିଲା । ଏଥିରେ ପ୍ରାୟ ୫ ହଜାର ଲୋକ ପ୍ରାଣ ହରାଇଥିଲେ ।

Popular Articles