Friday, March 29, 2024

Top 5 This Week

Related Posts

ବାଲ୍ୟ ବିବାହ ମୁକ୍ତ ହେବ ଢେଙ୍କାନାଳ : ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଟାକ୍ସ ଫୋର୍ସର ବୈଠକ ଅନୁଷ୍ଠିତ

ରିପୋର୍ଟ : ରଞ୍ଜିତ ବେହେରା //
ଢେଙ୍କାନାଳ,(୧୧/୦୮) : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ବାଲ୍ୟବିବାହକୁ ରୋକିବା ଓ କିଶୋର କିଶୋରୀ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଟାକ୍ସ ଫୋର୍ସର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଢେଙ୍କାନାଳକୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

ବାଲ୍ୟବିବାହ ମୁକ୍ତ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଭୂମେଷ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଜିଲ୍ଲା ଆଇନ ପ୍ରାଧୁକରଣ, ଅତିରିକ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପରିଷଦ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ରାଜ୍ୟ ସଂଯୋଜକ ଅକ୍ସସ ଏଡ୍ , ଜିଲ୍ଲା ସାମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ କଲ୍ୟାଣ କମିଟିର ସଦସ୍ୟ , ଶିକ୍ଷା ବିଭାଗ ସୂତ୍ସ୍ୟ ବିଭାଗ , ବାଲ୍ୟ ବିବାହ , ନିଷେଧ ଅଧିକାରୀ, ଚାଇଲ୍ଡ ଲାଇନ ଓ ସାମାଜ ସେବା ଅନୁଷ୍ଠାନ ମାନେ ଯୋଗଦାନ କରିଥିଲେ ।c9a8cee5 1383 47fc 8458 34d815b001a6 ବାଲ୍ୟ ବିବାହ ମୁକ୍ତ ହେବ ଢେଙ୍କାନାଳ : ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଟାକ୍ସ ଫୋର୍ସର ବୈଠକ ଅନୁଷ୍ଠିତ

ପ୍ରଥମେ ଶ୍ରୀମତୀ ଜୋସ୍ନା ରାୟ , ଜିଲ୍ଲା ସାମାଜ ମଙ୍ଗଳ ଅଧୁକାରୀ ଏହି ବୈଠକରେ ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ଅବଦାନ କରାଇଥିଲେ । ଏହାପରେ ଶ୍ରୀମତି ଅଙ୍ଗୁର ମିଶ୍ର ଜିଲ୍ଲା ସଂଯୋଜକ ଅକ୍ସସ ଏଡ୍ ଓ ୟୁନିସେବ ବାଲ୍ୟ ବିବାହକୁ ରୋକିବା ଲାଗି ଛଅ ମାସ ମଧ୍ୟରେ ଜିଲ୍ଲାରେ ହେଉଥିବା କାର୍ଯ୍ୟକ୍ରମ ଓ ଆଗକୁ କରାଯିବା ସମ୍ପର୍କରେ ଆଲୋଚନା କରିଥିଲେ ।

ଏହା ପରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନେ ନିଜର ମତାମତ ଓ ପରାମର୍ଶ ରଖୁଥିଲେ । ସଦସ୍ୟ ମାନଙ୍କର ପରାମର୍ଶ ପ୍ରଶ୍ନର ଉପରେ ଶ୍ରୀ ଘାସିରାମ ପଣ୍ଡା , ରାଜ୍ୟ ସଂଯୋଜକ ଅକ୍ସସ ଏଡ୍ ତାଙ୍କର ଉତ୍ତର ଓ ମତାମତ ପ୍ରଦାନ କରିଥିଲେ । ଯେପରି କି ଜିଲ୍ଲାରେ ବାଲ୍ୟ ବିବାହ ମୁକ୍ତ ଗ୍ରାମ ଘୋଷାଣ କରାଇବା କିଶୋରୀ କିଶୋର୍ ମାନଙ୍କୁ ରୋଜଗାର କ୍ଷମ କରାଇବା ଲାଗି ସେମାନଙ୍କର ଦକ୍ଷତା ବୃଦ୍ଧି କରାଇ ଇତ୍ୟାଦି ।

ଶେଷରେ ଜିଲ୍ଲାପାଳ ମହୋଦୟ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ନିଜର ମତାମତ କହିଥିଲେ ଯେ , ବାଲ୍ୟ ବିବାହକୁ ନେଇ କରାଯାଉଥିବା କାର୍ଯ୍ୟକ୍ରମ କଳ୍ପନା ଅଭିଯାନ ପ୍ରତି ସ୍ତରରେ ଓ ବାରମ୍ବାର କରାଯିବାର ଆବଶ୍ୟକତା ଅଛି । ବାଲ୍ୟ ବିବାହ ର ମୁକୁ ଘୋଷଣା କରାଯିବା ଦରକାର , ଏହି ବର୍ଷ ପାଇଁ ଜିଲ୍ଲା ସ୍ତରରେ ଏକ ମିଳିତ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯାଇ ଏହାର ସଫଳ ରୂପାୟନ କରାଯିବ ଇତ୍ୟାଦି । ସର୍ବ ଶେଷରେ ଶ୍ରୀମତୀ ଅନୁରାଧା ଗୋସ୍ଵାମୀ ଜିଲ୍ଲା ସୁରକ୍ଷା ଅଧୁକାରୀ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles