ହାବସପୁର ଗ୍ରାମପଞ୍ଚାୟତ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

0
118
ହାବସପୁର

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, ତା (୨୧/୦୯) : ଜୁନାଗଡ ବ୍ଲକ ଅନ୍ତର୍ଗତ ହାବସପୁର ଗ୍ରାମ ପଞ୍ଚାୟତ ତରଫରୁ ଆଜାଦି କା ଅମୃତ ମହୋତ୍ସବ ଅବସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 09 22 at 7.40.10 AM ହାବସପୁର ଗ୍ରାମପଞ୍ଚାୟତ ତରଫରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଏହି ଅବସରରେ ହାବସପୁର ସରପଞ୍ଚ ବିକାଶ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱାସ୍ଥ୍ୟ ସେବା ପଦାଧିକାରୀ, ସ୍ଥାନୀୟ ବୁଦ୍ଧିଜୀବି, କର୍ମଚାରୀ, ସମାଜସେବୀ, ନିର୍ବାଚିତ ପ୍ରତିନିଧି ମାନଙ୍କ ଉପସ୍ଥିତିରେ ନିଜ ନିଜ ପରିବେଶ ର ସ୍ୱଚ୍ଛତା ରକ୍ଷା କରିବା ପାଇଁ ଶପଥ ପାଠ କରାଯାଇଥିଲା । ଏହାପରେ ସ୍ଥାନୀୟ ଛାତ୍ର ଛାତ୍ରୀ, ସ୍ୱାସ୍ଥ୍ୟ ସେବା ପଦାଧିକାରୀ, ସ୍ଥାନୀୟ ବୁଦ୍ଧିଜୀବି, କର୍ମଚାରୀ, ସମାଜସେବୀ, ନିର୍ବାଚିତ ପ୍ରତିନିଧି ମାନଙ୍କ ଦ୍ୱାରା ଶୋଭାଯାତ୍ରା ସମସ୍ତ ଗ୍ରାମ ପରିକ୍ରମା କରାଯାଇ ଜନସାଧାରଣ ଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା ।

ଏଭଳି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ପରିବେଶ ସୁରକ୍ଷା ରକ୍ଷା କରାଯାଇପାରିବ ବୋଲି ମତ ପ୍ରକାଶ ପାଇଛି । ସ୍ଥାନୀୟ ସ୍ୱାସ୍ଥ୍ୟ ସେବା ପଦାଧିକାରୀ ସାଧୁରାମ କୈବର୍ତ୍ତ, ଆଶାରାଣୀ ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।