ଆଇଏସଆଇ ଇସାରାରେ ଆତଙ୍କବାଦୀ ନିଯୁକ୍ତ କରୁଥିଲା ପିଏଫଆଇ !

0
142
ଆଇଏସଆଇ ଇସାରାରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୪/୦୯) : ଆଇଏସଆଇ ଇସାରାରେ ଇସଲାମିକ୍‌ ସଙ୍ଗଠନ ପପୁଲା ର ଫ୍ରଣ୍ଟ ଅଫ୍‌ ଇଣ୍ଡିଆ (ପିଏଫଆଇ) ଭାରତୀୟ ମୁସଲମାନ ଯୁବକମାନଙ୍କୁ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ନିଯୁକ୍ତ କରୁଥିଲା ବୋଲି ଚାଞ୍ଚଲ୍ୟକର ଖବର ମିଳିଛି ।

ପାକିସ୍ତାନ ର ଗୋଇନ୍ଦା ସଂସ୍ଥା ଆଇଏସଆଇ ଇସାରାରେ ପିଏଫଆଇ ଦେଶ ବିରୋଧୀ କାମ କରୁଥିଲା । ମୁଖ୍ୟତଃ ମୁସଲମାନ ଯୁବକମାନଙ୍କୁ ଆତଙ୍କବାଦ ପ୍ରଶିକ୍ଷଣରେ ଲାଗାଉ ଥିଲା ପିଏଫଆଇ । ଏମିତି କିଛି ଚାଞ୍ଚଲ୍ୟକର ରିପୋର୍ଟ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଦିଆଯାଛି । ଏହା ପରେ ପିଏଫଆଇ ସଙ୍ଗଠନ ବିରୋଧରେ ସର୍ଚ୍ଚ ଅପରେଶନ କରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ପିଏଫଆଇ ନେତାମାନେ ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ବେଆଇନ ପାଣ୍ଠି ସଂଗ୍ରହ କରୁଥିବା କେନ୍ଦ୍ର ଗୃହ ମନ୍ତ୍ରଣଳାୟ ପାଖରେ ପକ୍କା ଖବର ପହଞ୍ଚିଥିଲା ।

ପିଏଫଆଇ ସଦସ୍ୟ ଅନ୍ସଦ ବାଦ୍ରୁଦିନ ଓ ମୌଦ ଅହମ୍ମଦ ଆତଙ୍କବାଦ କର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ଉଭୟଙ୍କ ଆକାଣ୍ଟକୁ ପିଏଫଆଇ ଆକାଉଣ୍ଟରୁ ବିପୁଳ ପରିମାଣରେ ଟଙ୍କା କାରବାର ହୋଇଥିବା ଜଣାପଡ଼ିଛି । ତେବେ ଦେଶବ୍ୟାପି ପିଏଫଆଇ କାର୍ଯ୍ୟାଳୟ ଉପରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ରେଡ୍‌ ପରେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେରଳରେ ବିକ୍ଷୋଭକାରୀମାନେ ଦେଇଥିବା ୧୨ ଘଣ୍ଟିଆ ବନ୍ଦ ପାଳନ ବେଳେ ବିଭିନ୍ନ ସ୍ଥାନରେ ଦୋକାନ ବଜାର, ଗାଡି ପୋଡାଜଳା ଓ ଭଙ୍ଗାରୁଜା କରିଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପରେ ପିଏଫଆଇ ର ସମ୍ପୃକ୍ତିକୁ ନେଇ ଜାତୀୟ ତଦନ୍ତକାରୀ ଏଜେନ୍ସି ପିଏଫଆଇ ର ବିଭିନ୍ନ କାର୍ଯ୍ୟାଳୟ ଓ ଏହାର ନେତାଙ୍କ ଘରେ ଚଢଉ କରିଥିଲା । ୧୫ଟି ରାଜ୍ୟ ର ୯୩ଟି ସ୍ଥାନରେ ଚଢଉ ବେଳେ ଏନଆଇଏ ପିଏଫଆଇ ର ଶତାଧିକ ନେତାଙ୍କୁ ଗିରଫ କରିଥିଲା ।

ପିଏଫଆଇ କହିଛି ଯେ ଏହାର ଜାତୀୟ ଓ ରାଜ୍ୟ ସ୍ତର ନେତାଙ୍କ ବିରୋଧରେ ଏନଆଇଏ ନେଇଥିବା କାର୍ଯ୍ୟାନୁଷ୍ଠାନ ଅନୁଚିତ୍ । ଏନଆଇଏ ର ଏହି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶୁକ୍ରବାର ପିଏଫଆଇ କେରଳରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେରଳ ପିଏଫଆଇ ର ମୁଖ୍ୟ ପେଣ୍ଠସ୍ଥଳ ହୋଇଥିବାରୁ ଏଠାରେ ସଙ୍ଗଠନ ର ସଦସ୍ୟ ଓ ସମର୍ଥକମାନେ ବିକ୍ଷୋଭ ଓ ହିଂସାକାଣ୍ଡ ଘଟାଇଛନ୍ତି । ବିକ୍ଷୋଭକାରୀମାନେ ବିଜେପି ଓ ଆରଏସ୍ଏସ କାର୍ଯ୍ୟାଳୟ ଉପରେ ପେଟ୍ରୋଲ ବୋମା ପକାଇଛନ୍ତି । ପିଏଫଆଇ ର ଆଜି ର ବିକ୍ଷୋଭକୁ ନେଇ କେରଳ ହାଇକୋର୍ଟ ସଙ୍ଗଠନ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି । ପିଏଫଆଇ ର ବନ୍ଦ ପାଳନକୁ ହାଇକୋର୍ଟ ବେଆଇନ ଦର୍ଶାଇଛନ୍ତି ।

ଆତଙ୍କବାଦୀ କାର୍ଯ୍ୟକଳାପ ସହିତ ପିଏଫଆଇ ର ସମ୍ପୃକ୍ତିକୁ ନେଇ ଏହାକୁ ନିଷିଦ୍ଧ କରିବା ଲାଗି ବିଭିନ୍ନ ଆସାମ ଓ କର୍ଣ୍ଣାଟକ ସରକାର ଦାବି କରିଛନ୍ତି । ଏନଆଇଏ ର କହିବା ଅନୁଯାୟୀ ପିଏଫ୍ଆଇ ବିଭିନ୍ନ ସ୍ଥାନରେ ଶିବିର ପକାଇ ଯୁବକଙ୍କୁ ନିଯୁକ୍ତି ଦେଉଛି । ପିଏଫଆଇରେ ନିଯୁକ୍ତ ଯୁବକଙ୍କୁ ଦେଶରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବା ଲାଗି ପ୍ରୋତ୍ସାହନ ଦିଆଯାଉଛି ।