ନୂଆଁପଡ଼ା ଓ କୋରାପୁଟ ଜିଲ୍ଲାରେ ବାଘ ଆତଙ୍କ

0
119
ନୂଆଁପଡ଼ା ଓ କୋରାପୁଟ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କୋରାପୁଟ, (୨୫/୦୯) : ନୂଆଁପଡ଼ା ଓ କୋରାପୁଟ ଜିଲ୍ଲାରେ ବାଘ ଆତଙ୍କ । ନୂଆଁପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଖଇରା ଗାଁ ନିକଟ ଜଙ୍ଗଲରେ କଲରାପତରିଆ ବାଘ ଗତରାତିରେ ଏକ ବଳଦକୁ ମାରି ଖାଇଥିବା ଅଭିଯୋଗ ହୋଇଛି ।Untitled 1 65 ନୂଆଁପଡ଼ା ଓ କୋରାପୁଟ ଜିଲ୍ଲାରେ ବାଘ ଆତଙ୍କ

ଦିନ ମଜୁରିଆ ଭାବେ ପେଟ ପୋଷୁଥିବା ଜିତ ମାଝୀଙ୍କ ବଳଦକୁ କଲରାପତରିଆ ବାଘ ମାରିଥିବା ଅଭିଯୋଗ ହୋଇଛି । ଘରେ ବୁଢ଼ୀ ମାଁ ଓ ମାନସିକ ଅନଗ୍ରସର ଝିଅ ଥିବାବେଳେ, ଆଗକୁ ସେ ଲୋକଙ୍କ ବିଲରେ ହଳ କରି କେମିତି ରୋଜଗାର କରିବେ, ସେନେଇ ଚିନ୍ତାରେ ଭାଙ୍ଗି ପଡ଼ିଛନ୍ତି । ନୂଆଁପଡ଼ା ଓ କୋରାପୁଟ ଜିଲ୍ଲାରେ ବାଘ ଆତଙ୍କ । କୋରାପୁଟ ଜିଲ୍ଲା କୋଟିଆ ଗ୍ରାମ ପୁଞ୍ଜରେ ଦେଖାଦେଇଛି ମହାବଳ ବାଘ ଆତଙ୍କ । ଆନ୍ଧ୍ରପ୍ରଦେଶ କାସ୍ପାବାଲସା ବନାଞ୍ଚଳ ଓ କୋଟିଆ ସୀମାରେ ବାଘ ବୁଲୁଥିବା ଚର୍ଚ୍ଚା ହେଉଛି ।

କୋରାପୁଟ ବନଖଣ୍ଡ ଓ ସେମିଳିଗୁଡ଼ା ରେଞ୍ଜ ପକ୍ଷରୁ ବନ କର୍ମଚାରୀ ବାଘକୁ ଟ୍ରାକ୍ କରିବାକୁ ଚେଷ୍ଟା କରୁଥିବା ବେଳେ, ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏ ନେଇ କୋରାପୁଟ ଜିଲ୍ଲାପାଳ ମଧ୍ୟ ଟୁଇଟ୍ କରିବା ସହିତ ସବୁ ପଦକ୍ଷେପ ନିଆଯାଉଛି ଚିନ୍ତା ର କୌଣସି କାରଣ ନାହିଁ ବୋଲି ଲୋକଙ୍କୁ ଆଶ୍ୱସ୍ତ ଦେଇଛନ୍ତି ।