Thursday, March 28, 2024

Top 5 This Week

Related Posts

୩୦ ତାରିଖ ଯାଏ ୧୧ ପିଏଫଆଇ ସଦସ୍ୟଙ୍କୁ ରିମାଣ୍ଡରେ ନେଲା ଏନଆଇଏ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କୋଚି, (୨୫/୦୯) : ଦେଶବ୍ୟାପୀ ରେଡ୍‌ ପରେ ଏନଆଇଏ ଦ୍ୱାରା ଗିରଫ ହୋଇଥିବା ଶତାଧିକ ପିଏଫଆଇ ସଦସ୍ୟଙ୍କ ମଧ୍ୟରୁ ୧୧ ଜଣଙ୍କୁ ରିମାଣ୍ଡରେ ନେଇଛି ତଦନ୍ତକାରୀ ସଂସ୍ଥା । କୋଚିରେ ଥିବା ସ୍ୱତନ୍ତ୍ର କୋର୍ଟ ୧୧ ଜଣ ପିଏଫଆଇ ସଦସ୍ୟଙ୍କୁ ୩୦ ତାରିଖ ଯାଏ ଏନଆଇଏ ରିମାଣ୍ଡରେ ପଠାଇ ଦେଇଛନ୍ତି ।

୩୦ ତାରିଖ ଯାଏ ୧୧ ପିଏଫଆଇ ସଦସ୍ୟଙ୍କୁ ରିମାଣ୍ଡରେ ନେଇଛି ଏନଆଇଏ । ଏହି ପିଏଫଆଇ ସଦସ୍ୟମାନଙ୍କୁ ସେପ୍ଟେମ୍ବର ୨୨ ରେ ଗିରଫ କରାଯାଇଥିଲା । ପିଏଫଆଇ ଓ ଏହାର ଗିରଫ ସଦସ୍ୟମାନଙ୍କ ବିରୋଧରେ ଏନଆଇଏ ସାଂଘାତିକ ଅଭିଯୋଗ ଆଣିଛି । ରେଡ୍‌ ବେଳେ ଜବତ ହୋଇଥିବା ଦସ୍ତାବିଜ ଓ ସାମଗ୍ରୀରେ ଅତ୍ୟନ୍ତ ସମ୍ବେଦନଶୀଳ ବିଷୟବସ୍ତୁ ରହିଛି । ପିଏଫଆଇ ପକ୍ଷରୁ ଏକାଧିକ ହିଂସା ଓ ବିଶିଷ୍ଟ ରାଜନେତାଙ୍କୁ ଟାର୍ଗେଟ କରିବାକୁ ଯୋଜନା କରାଯାଉଥିଲା । ଏଥିସହ ପିଏଫଆଇ ବିଭିନ୍ନ ଆଳରେ ମୁସଲିମ ଯୁବକମାନଙ୍କୁ ଆତଙ୍କବାଦୀ ସଙ୍ଗଠନରେ ସାମିଲ ହେବାକୁ ପ୍ରବର୍ତ୍ତାଉ ଥିଲା । ବିଶେଷ କରି ଲସ୍କର, ଅଲକାଏଦା ଓ ଆଇଏସ ଆତଙ୍କବାଦୀ ସଙ୍ଗଠନରେ ଯୁବକମାନଙ୍କୁ ସାମିଲ କରିବାକୁ ପିଏଫଆଇ କାର୍ଯ୍ୟ କରୁଥିଲା ବୋଲି ଏନଆଇଏ କହିଛି ।

ଏବେ ଏ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବାକୁ ଏନଆଇଏ ୧୧ ଜଣ ପିଏଫଆଇ ସଦସ୍ୟଙ୍କୁ ରିମାଣ୍ଡରେ ନେଇଛି । ସେପ୍ଟେମ୍ବର ୨୨ ରେ ଦେଶର ୧୫ଟି ରାଜ୍ୟ ର ପ୍ରାୟ ୯୩ଟି ସ୍ଥାନରେ ଏନଆଇଏ ରେଡ୍‌ କରିଥିଲା । ଏହି ସମୟରେ ୧୦୬ ଜଣ ପିଏଫଆଇ ସଦସ୍ୟଙ୍କୁ ଗିରଫ କରାଯାଇଥିଲା । ଟେରର ଫଣ୍ଡିଂ ଓ ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଏପରି ରେଡ୍‌ ହୋଇଥିଲା ।

Popular Articles