ଆର୍ଯ୍ୟସମାଜ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ପ୍ରତିନିଧି ସମୁହ ଙ୍କ ବୈଠକ ଅନୁଷ୍ଠିତ

0
147
ଆର୍ଯ୍ୟସମାଜ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୫/୯) : ପଶ୍ଚିମ ଓଡ଼ିଶା ଆର୍ଯ୍ୟ ପ୍ରତିନିଧି ସଭା ର ଆହ୍ୱାନ କ୍ରମେ ସୋନପୁର ନଗର ପଟାଭାଡି ସ୍ଥିତ ଦୟାନନ୍ଦ ପ୍ଲେ ସ୍କୁଲ ରେ ଆର୍ଯ୍ୟସମାଜ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଏକ ବୈଠକ ଆଚାର୍ଯ୍ୟ ବୃହସ୍ପତିଜୀ ଙ୍କ ସଭାପତିତ୍ୱରେ ଓ ଧନୁର୍ଦ୍ଧର ମହାପାତ୍ରଙ୍କ ସଞ୍ଚାଳନ ରେ ସୂଚାରୁ ରୂପରେ ସମ୍ପାଦନ ହୋଇ ଯାଇଛି ।

ଏହି କାର୍ଯ୍ୟକ୍ରମ ରେ ଶିବ ପ୍ରସାଦ ପାତ୍ର ସ୍ୱାଗତ ଭାଷଣ ଓ ରବୀନ୍ଦ୍ର ମେହେର ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ । ପଂ କୃଷ୍ଣ ଦେବ ଶାସ୍ତ୍ରୀ, ପଂ କବୀନ୍ଦ୍ର , ରମେଶ ଭୋଇ, ରାଜ କୁମାର ବରାଡ, ରାମଚନ୍ଦ୍ର ବିଶ୍ୱାଳ, ପଂ ପବିତ୍ର ଆଦି ଅନ୍ୟ ଅନେକ ଆର୍ଯ୍ୟସମାଜ ର କାର୍ଯ୍ୟକର୍ତ୍ତା ସାଙ୍ଗଠନିକ ଚର୍ଚ୍ଚା ଆଲୋଚନା କରିଥିଲେ ।

ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ହବନ ଯଜ୍ଞ ସହ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ ହୋଇଥିଲା ଏବଂ ସୁବର୍ଣ୍ଣପୁର ଜିଲ୍ଲା ସଭାପତି ଭାବରେ ନିରଞ୍ଜନ ସାହୁ, ସମ୍ପାଦକ ଭାବେ ଲଳିତ ମେହେର ତଥା ବୌଦ୍ଧ ଜିଲ୍ଲାର ସଭାପତି ଭାବରେ ଦୀନବନ୍ଧୁ ବାନପ୍ରସ୍ଥି ସମେତ ଅନ୍ୟ ମାନଙ୍କୁ ଜିଲ୍ଲା କମିଟିରେ ଦାୟିତ୍ୱ ଅର୍ପଣ କରାଯାଇଛି ।