Thursday, March 28, 2024

Top 5 This Week

Related Posts

ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ରିପୋର୍ଟ : ଗୋପୀନାଥ ଗୌଡ଼ 
ରାୟଗଡ଼ା, (୨୭/୦୯) : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି ।

ଏଥିରେ ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେବସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜର ବକ୍ତବ୍ୟରେ କହିଲେ ଯେ ପର୍ଯ୍ୟଟନ କେବଳ ଦେଶ ବିଦେଶରେ ବୁଲିଦେଖି ତାହାନୁହଁ ସେଠାକୁ ଯାଇ କିଛି ଶିଖ । କିଛି ନହେଲେ ନିଜରାଜ୍ୟ, ଅନ୍ୟ ଜିଲ୍ଲା କିମ୍ବା ନିଜର ଜିଲ୍ଲାରେ ହେଲେ ମଧ୍ୟ ପ୍ରମୁଖ ସ୍ଥାନ ଗୁଡିକରେ ଯାଇବୁଲି ଦେଖ ଓ ଜ୍ଞାନ ଆରହଣ କର ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତା କରି ଜିଲ୍ଲା ସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ର ତାପ୍ତର୍ଯ୍ୟତା ଉପରେ ବିସ୍ତୃତ ଭାବରେ ବୁଝାଇଥିଲେ ।

କାର୍ଯ୍ୟକ୍ରମରେ ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି କହିଲେ ଯେ ୨୦୨୨ ମସିହା ର ବିଶ୍ୱ ପର୍ଯ୍ୟଟନ ଉତ୍ସବ ଇଣ୍ଡୋନେସିଆ ର ବାଲି ଠାରେ ପାଳିତ ହେଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟନ କୁ ପୁନଃ ଜାଗରୁକ୍ତ କରିବା ଯଦ୍ୱାରା ଅର୍ଥନୈତିକ ସମ୍ବଳ ବଢ଼ିବ ଏବଂ ରୋଜଗାର ଭିତ୍ତି ହେବ ।

ସାମାଜିକ ବୈଷମ୍ୟ ଦୂର ହେବ ଏବଂ ସାଂସ୍କ୍ରୁତିକ ଏକତା ବଜାୟ ରହି ବିଶ୍ୱ ଶାନ୍ତିରେ ସାହାୟକ ହେବ ବୋଲି କହିଥିଲେ । ଏହି ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ଓ କ୍ୱିଜ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଆର୍ଥିକ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପରିଚାଳନା କରୁଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ପୌର ନିର୍ବାହି ଅଧିକାରୀ ଆସୀରବିଲାଲ ଅହମଦ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ମହିଳା ମହାବିଦ୍ୟାଳୟ ର ଏନସିସି ରିତାରଣୀ ମିଶ୍ର, ଛାତ୍ରଛାତ୍ରୀ, ରାୟଗଡ଼ା ମହାବିଦ୍ୟାଳୟ ର ଛାତ୍ର ମାନେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ୱlକର୍ସ କ୍ଲବ ର ଯୁଗ୍ମ ସମ୍ପାଦକ ଜଳନ୍ଧର ପୁସିକା, ସୂଚନା ଓ ଲୋକସମ୍ପର୍କ ବିଭାଗ ର ପ୍ରକ୍ଷେପକ ପୀତବାସ ବିଶ୍ୱାଳ, ରାମଚନ୍ଦ୍ର ପାତ୍ର, ଡମ୍ବରୁଦ୍ଧାର ପଣ୍ଡା, କାହ୍ନୁଚରଣ ପ୍ରଧାନ, ରାଜେନ୍ଦ୍ର ଦୋରା, ଶ୍ରୀକାନ୍ତ ବିଶ୍ୱାଳ, ଅଜିତ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ ।

Popular Articles