ଡୁଙ୍ଗୁରିପାଲି ସହର ର ଦୋକାନ ମାନଙ୍କରେ ତମାଖୁ ବିକ୍ରୟ ନିଷିଦ୍ଧ ପାଇଁ ଚଢ଼ାଉ

0
141
ଚଢ଼ାଉ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୭/୯) : ଡୁଙ୍ଗୁରିପାଲି ସହର ର ଦୋକାନ ମାନଙ୍କରେ ତମାଖୁ ବିକ୍ରୟ ଓ ବ୍ୟବହାର ନିଷିଦ୍ଧ ପାଇଁ ଏକ ଟିମ ଦ୍ୱାରା ଚଢ଼ାଉ କରାଯାଇଛି ।WhatsApp Image 2022 09 28 at 9.51.10 AM ଡୁଙ୍ଗୁରିପାଲି ସହର ର ଦୋକାନ ମାନଙ୍କରେ ତମାଖୁ ବିକ୍ରୟ ନିଷିଦ୍ଧ ପାଇଁ ଚଢ଼ାଉ

ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିଶ୍ୱ ରଞ୍ଜନ ପତି ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମନୋଜ ଅଦାବର ଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ ଡୁଙ୍ଗୁରିପାଲି ସହରରେ ଆଜି ଚଢ଼ାଉ କରି ଦୋକାନ ମାନଙ୍କରୁ ତମାଖୁ ଗୁଟଖା ଇତ୍ୟାଦି ଜବତ କରିବା ସହ ୧୩୮୦ ଟଙ୍କା ଜରିମାନା ଆଦାୟ କରିଥିଲେ । ଏହି ଟିମରେ ଖାଦ୍ୟ ନିରାପତ୍ତା ଅଧିକାରୀ ସସ୍ମିତା ନାଏକ ଡ୍ରଗସ ଇନ୍ସପେକ୍ଟର ଉମାଶଙ୍କର ମେହେର ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଅବକାରୀ ବିଭାଗ ଓ ପୁଲିସ ସାମିଲ ଥିଲେ ।