ଗୁଣୁପୁର ମହାବିଦ୍ୟାଳୟରେ ପୋଷଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0
198
ଗୁଣୁପୁର

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ରାୟଗଡ଼ା, (୨୮/୯) : ଗୁଣୁପୁର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ପକ୍ଷରୁ ପୋଷଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଗୁଣୁପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସୂର୍ଯ୍ୟନାରାୟଣ ପଣ୍ଡା ଙ୍କ ସଭାପତିତ୍ତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଜଗନ୍ନାଥପୁର ର ମେଡିକାଲ୍ ଅଫିସର୍ ଡାକ୍ତର କାଳୀ ପ୍ରସାଦ ପଣ୍ଡା ଯୋଗଦେଇ ପୋଷଣ ର ମାପଦଣ୍ଡ କିପରି ସ୍ଥିର କରାଯାଏ ତଥା ପୋଷଣ ଓ କୁପୋଷଣ ସମ୍ବନ୍ଧୀୟ ବିଭିନ୍ନ ଆବଶ୍ୟକୀୟ ବିଷୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା ଡ଼ଃ ଦେବିଶ୍ରୀ ମହାପାତ୍ର ରାଷ୍ଟ୍ରୀୟ ପୋଷଣ ମାସ ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ ଏବଂ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ମହାବିଦ୍ୟାଳୟ ର ଅନ୍ୟତମ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ଶ୍ରୀ ଅମୀୟ ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ସୂର୍ଯ୍ୟ ନାରାୟଣ ପଣ୍ଡା ସଭାପତି ଅଭିଭାଷଣ ପ୍ରଦାନ କରିବା ଅବସରରେ କହିଥଲେ ଯେ ସ୍ଵେଚ୍ଛାସେବୀ ମାନେ ନିଜ ଗାଁ ଓ ପରିବାରରେ ଯେପରି କେହି କୁପୋଷଣ ର ଶିକାର ନ ହୁଅନ୍ତି ସେଥିପ୍ରତି ଯତ୍ନବାନ୍ ହେବା ଆବଶ୍ୟକ । ମହାବିଦ୍ୟାଳୟ ର ଏନ୍.ଏସ୍.ଏସ୍ ସ୍ଵେଚ୍ଛାସେବୀ ଓ ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।