ହାଟମୁନିଗୁଡା ପଞ୍ଚାୟତ ବାସୀଙ୍କୁ ନିଜ ପଞ୍ଚାୟତରେ ଚାଉଳ ମିଳିବା ନେଇ ଖୁସି

0
122
ହାଟମୁନିଗୁଡା ପଞ୍ଚାୟତ

ରିପୋର୍ଟ : ନରତ୍ତମ ପାଢ଼ୀ
ହାଟମୁନିଗୁଡା, (୨୮/୯) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ର ହାଟମୁନିଗୁଡା ପଞ୍ଚାୟତ ଟି ଭୌଗୋଳିକ ଦୃଷ୍ଟି କୋଣରୁ ବୃହତ ଥିବାରୁ ଅନେକ ଗ୍ରାମବାସୀ କୌଣସି ସମସ୍ୟା ର ଅଭିଯୋଗ ପାଇଁ ଗ୍ରାମ ପଞ୍ଚାୟତ କାର୍ଯାଳୟକୁ ଆସିବା ହେଉ ବା ସାଧାରଣ ବଣ୍ଟନରେ ଦିଆଯାଉଥିବା ଚାଉଳ ନେବା ପାଇଁ ରେଳ ଲାଇନ ଡେଇଁ ବହୁ ଦୁର ଦୁରାନ୍ତ ଦେଇ ଆସିବାକୁ ପଡୁଥିଲା ।WhatsApp Image 2022 09 28 at 8.16.11 PM ହାଟମୁନିଗୁଡା ପଞ୍ଚାୟତ ବାସୀଙ୍କୁ ନିଜ ପଞ୍ଚାୟତରେ ଚାଉଳ ମିଳିବା ନେଇ ଖୁସି

ତେଣୁ ଆଜକୁ ୫ ବର୍ଷ ତଳେ ଏହି ପଞ୍ଚାୟତ କୁ ବିଭାଜନ କରି ଦୁଇ ଭାଗ କରାଗଲା । ନୂତନ ଭାବରେ ଗଢା ଯାଇଥିବା ଡାଲିଆକୁଜି ଗ୍ରାମ ପଞ୍ଚାୟତ ଟି ଅସ୍ଥାୟୀ ଭାବେ ଚାଲୁଥିବା ବେଳେ ନୂତନ କୋଠା କାମ ସରିବା ପରେ ପଞ୍ଚାୟତ ର କାର୍ଯ୍ୟାଳୟ ଆରମ୍ଭ ହୋଇଥିଲେ ସୁଦ୍ଧା ସେହି ପଞ୍ଚାୟତ ର ହିତାଧିକାରୀ ମାନେ ହାଟମୁନିଗୁଡା ପଞ୍ଚାୟତ ରୁ ଚାଉଳ ନେଉଥିବାରୁ, ନିଜ ପଞ୍ଚାୟତରେ ଚାଉଳ ଯୋଗାଇ ଦେବାକୁ ପଞ୍ଚାୟତ ବାସୀ ବହୁବାର ବିଡିଓ ଙ୍କୁ ଅନୁରୋଧ କରି ଆସୁଥିଲେ । ବିଷମକଟକ ବ୍ଲକରେ ନୂତନ ଭାବରେ କାର୍ଯ୍ୟରେ ଯୋଗ ଦେଇଥିବା ବିଡିଓ ଶ୍ରୀ ସଦାଶିବ ନାୟକଙ୍କୁ ପଞ୍ଚାୟତବାସୀ ଜଣାଇବା ପରେ ଆଜି ପ୍ରଥମ ଥର କରି ଡାଲିଆକୁଜି ପଞ୍ଚାୟତରେ ଚାଉଳ ବଣ୍ଟନ କରାଯାଇଛି ।

ଯାହାକୁ ନେଇ ହିତାଧିକାରୀ ମାନେ ଖୁସିବ୍ୟକ୍ତ କରିବା ସହ ବିଡିଓ, ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ବିଷମକଟକ ବିଡ଼ିଓ ଶ୍ରୀ ସଦାଶିବ ନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ମଳୟ ନାୟକ, ବିଷମକଟକ ବ୍ଲକ ଚ୍ୟାରମେନ, ଜି ଆର ଏସ୍ ପୁରୁଷୋତ୍ତମ ବିଭାର, ଜ୍ୟୋତି ପ୍ରସାଦ ସାହୁ, ଦେବୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।