ଉପଖଣ୍ଡ ସ୍ତରୀୟ ମୂର୍ତ୍ତି ବିସର୍ଜନ ବୈଠକ ଅନୁଷ୍ଠିତ

0
139
ଉପଖଣ୍ଡ ସ୍ତରୀୟ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୨୯/୦୯) : ଗୁଣପୁର ଉପ ଜିଲ୍ଲାପାଳ ଶ୍ରୀ ଲୋକନାଥ ଦଲବେହେରାଙ୍କ ଅଧ୍ୟକ୍ଷତାରେ ତା ୨୮/୦୯/୨୦୧୨ ରିଖ ଅପରାହ୍ନ ୦୪ ଘଟିକା ସମୟରେ ଉପଖଣ୍ଡ ସ୍ତରୀୟ ମୂର୍ତ୍ତି ବିସର୍ଜନ ଜନିତ ବୈଠକ ଅନୁଷ୍ଠିତ ହୋଇଥିଲା ।WhatsApp Image 2022 09 29 at 11.23.59 AM 1 ଉପଖଣ୍ଡ ସ୍ତରୀୟ ମୂର୍ତ୍ତି ବିସର୍ଜନ ବୈଠକ ଅନୁଷ୍ଠିତ

ବିଶେଷ କରି ପାର୍ବଣ ଋତୁରେ ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀ ପୂଜା ପାଳନ ଅବସରରେ ମୂର୍ତ୍ତି ଉଚ୍ଚତା, ରଙ୍ଗ, ବିସର୍ଜନ ନିମନ୍ତେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ତରଫରୁ ଗୌରୀ ଚନ୍ଦ୍ର ମିଶ୍ର ଯୋଗଦେଇ ମୂର୍ତ୍ତି ଉଚ୍ଚତା ୨୦ ଫୁଟ, କଞ୍ଚାମାଟି, ପାଣି ରଙ୍ଗ ବ୍ୟବହାର କରିବା ନିମନ୍ତେ ଅନୁଷ୍ଠିତ ଉପଖଣ୍ଡ ସ୍ତରୀୟ ମୂର୍ତ୍ତି ବିସର୍ଜନ ବୈଠକରେ ଅନୁରୋଧ କରାଯାଇଥିଲା । ପୂଜା ସମୟରେ ଯେଉଁ ସବୁ ଫୁଲ ଆଦି ବ୍ୟବହାର କରୁଛନ୍ତି ସେସବୁକୁ ବିସର୍ଜନ ପୂର୍ବରୁ ବାହାର କରି ଡ଼ମ୍ପିୱାର୍ଡରେ ପକାଇବା ନିମନ୍ତେ ସମସ୍ତ ପୂଜା କମିଟିଙ୍କୁ ଅନୁରୋଧ କରାଯାଇଥିଲା । ଉପ ଜିଲ୍ଲାପାଳ ସମସ୍ତ ତହସିଲଦାର, ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ପୂଜା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ନିମନ୍ତେ ଦାୟିତ୍ୱ ଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଥିଲେ । ରାତି ୧୦ଟା ସୁଦ୍ଧା ଭଷାଣି ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ନିର୍ବାହୀ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନେ ଅସ୍ଥାୟୀ ପୋଖରୀରେ ଚୂନ, ଲାଇମ ପାଉଡର ପକାଇବା ନିମନ୍ତେ ଅନୁରୋଧ କରିଥିଲେ । ଯେକୌଣସି ଅନିୟମିତତା ଲକ୍ଷ୍ୟ କଲେ ପୌରାଞ୍ଚଳରେ ୫୦୦୦ ଓ ବ୍ଲକ ଅଞ୍ଚଳରେ ୩୦୦୦ ଟଙ୍କା ପର୍ଯ୍ୟନ୍ତ ଫାଇନ ଲାଗିବ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଗୁଣପୁର, ରାମନଗୁଡା, ପଦ୍ମପୁର, ଗୁଡ଼ାରୀ, ତହସିଲଦାର, ସମସ୍ତ ଥାନା ଅଧିକାରୀ ଓ ପୂଜା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ ।