Thursday, March 28, 2024

Top 5 This Week

Related Posts

ବିଶ୍ୱ ଜଳାତଙ୍କ ଦିବସ ପାଳିତ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୯/୦୯) : ଜଳାତଙ୍କ ଏକ ସ୍ୱାସ୍ଥ୍ୟ ଶୂନ୍ୟ ମୃତ୍ୟୁ ଲକ୍ଷରେ ସମଗ୍ର ବିଶ୍ୱରେ ଚଳିତ ବର୍ଷ ସେପ୍ଟେମ୍ବର ୨୮ ତାରିଖକୁ ବିଶ୍ୱ ଜଳାତଙ୍କ ଦିବସ ରୂପେ ବୌଦ୍ଧ ଜିଲ୍ଲାରେ ପାଳନ କରାଯାଇଛି ।

ବୌଦ୍ଧ ଜିଲ୍ଲା ର ହରଭଙ୍ଗା ପ୍ରାଣୀପାଳନ ବିଭାଗ ତରଫରୁ ବିଶ୍ୱ ଜଳାତଙ୍କ ଦିବସକୁ ପାଳନ କରିବା ନେଇ ଏକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ବ୍ଲକ ର ପ୍ରତି ପଞ୍ଚାୟତ ରୁ ଜଣେ ଲେଖାଏଁ ପ୍ରାଣୀସେବା ସହ ସଂଶ୍ଳିଷ୍ଟ ଥିବା ଭକ୍ତି ମାନଙ୍କୁ ଏହି କାର୍ଯ୍ୟକ୍ରମ କୁ ଆମନ୍ତ୍ରିତ କରାଯାଇ ଜଳାତଙ୍କ ରୋଗ ଓ ଏହାର ସଂକ୍ରମଣ ପଦ୍ଧତି ଏବଂ ପ୍ରତିହିତ କେମିତି କରାଯାଇ ପାରିବ ତାହା ତାଲିମ ଦିଆଯାଇଥିଲା ।

ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ଭ୍ରାମ୍ୟ ମାନ ଚିକିତ୍ସାଧିକାରୀ ଡା. ପ୍ରତିଭା ପାଢ଼ୀ ଜଳାତଙ୍କ ରୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ହରଭଙ୍ଗା ଅତିରିକ୍ତ ତହସିଲଦାର ହରିଓମ ଭୋଇ ସଭାରେ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ କୃଷି ଅଧିକାରୀ ସବ୍ୟସାଚୀ ଦାସ ଯୋଗଦାନ କରି ବିଶ୍ୱ ଜଳାତଙ୍କ ଦିବସ ପାଳନ ର ଆବଶ୍ୟକତା ସମ୍ପର୍କରେ ମତପ୍ରକାଶ କରିଥିଲେ ।

ଶ୍ରୀ ଭୋଇ ଜଳାତଙ୍କ ରୋଗ ର ଭୟାବହତା ତଥା ଏହି ରୋଗ ର କୌଣସି ଚିକିତ୍ସା ପଦ୍ଧତି ନ ଥିବାରୁ ସତର୍କତା ଅବଲମ୍ବନ ଓ ସୁନିଶ୍ଚିତ ଟୀକା କରଣ କରିବାକୁ ପରାମର୍ଶ ଦେଇଥିଲେ । ହରଭଙ୍ଗା ପ୍ରାଣୀ ଚିକିତ୍ସାଳୟ ର ନିର୍ମଳ ପ୍ରଧାନ, ନୀଳାଞ୍ଚଳ ମିଶ୍ର, ଲକ୍ଷ୍ମଣ ମଲ୍ଲିକ, ନାରାୟଣ ବାରିକ ଆଦି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Popular Articles