Friday, March 29, 2024

Top 5 This Week

Related Posts

ବଂଶଧାରା ଫୁଲୁଛି : ବନ୍ୟା ଆଶଙ୍କା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୦/୧୦) : ଗଜପତି ଜିଲ୍ଲାରେ ପ୍ରବାହିତ ବଡ଼ ନଦୀ ମଧ୍ୟରୁ ବଂଶଧାରା ନଦୀରେ ବନ୍ୟଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ଜଣାଯାଇଛି ।

ଗତ ତିନି ଦିନ ହେଲା ଲଗାତାର ଭାବେ ବର୍ଷା ହେବା ଫଳରେ ଉପର ମୁଣ୍ଡରେ ବଙ୍ଗୋପସାଗରରେ ଉଠିଥିବା ଲଘୁଚାପ ଯୋଗୁଁ ବର୍ଷା ହେଉଥିବାରୁ କାଶୀନଗର ଠାରେ ବନ୍ୟା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ଜଳ ଆୟୋଗ ର ରିପୋର୍ଟ ରୁ ପ୍ରକାଶ । ଏଠାରେ ବିପଦ ସଙ୍କେତ ୫୪.୬୨ ମି. ରହିଥିବା ବେଳେ ୫୩.୫୫ ରେ ଜଳ ପ୍ରବାହିତ ହେଉଛି । ଯଦି ଉପର ମୁଣ୍ଡରେ ଅଧିକ ବର୍ଷା ହେଉଥିବ ତାହା ହେଲେ ବନ୍ୟା ହେବା ଆଶଙ୍କା କୁ ଏଡାଇ ଦିଆଯାଇ ନ ପାରେ । ଆଜି ଆକାଶ ମେଘାଚ୍ଛନ୍ନ ରହିଛି ଗୋଟା ବେରେଜ ର ଦୁଇଟି ଗେଟ ଖୋଲାଯାଇଛି ।

Popular Articles