ଫୁଲଝରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ, ଜୋତା ଓ ମୋଜା ବିତରଣ କାର୍ଯ୍ୟକ୍ରମ

0
382

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,ବୌଦ୍ଧ,(୧୩/୦୮) : ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ କ୍ଳଥ ଷ୍ଟର ଅନ୍ତର୍ଗତ ଫୁଲଝରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସକାଳ ୧୦ ଘଣ୍ଟା ସମୟରେ ପୋଷାକ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି |5982c541 f535 4364 bf07 29e7464301c9 ଫୁଲଝରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ, ଜୋତା ଓ ମୋଜା ବିତରଣ କାର୍ଯ୍ୟକ୍ରମ

ସୂଚାନୁଯାଇ ଫୁଲଝରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ କୋଭିଡର ସମସ୍ତ ନିୟମକୁ ପାଳନ କରି ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୫୭ ଜଣଙ୍କୁ ଏହି କାର୍ଯ୍ୟକ୍ରମରେ ପୋଷାକ ସହିତ ଜୋତା ଓ ମୋଜା ଛାତ୍ରଛାତ୍ରୀ ଙ୍କୁ ବଣ୍ଟନ କରାଯାଇଥିଲା |

ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ କାଶ୍ୟପ ଚାନ୍ଦ, ଉପାଧ୍ୟକ୍ଷ ହରପ୍ରିୟା ଦେହୁରୀ, ପିତାମାତା ମଞ୍ଚ ଶିକ୍ଷକ ସଂଘ ର ସଭାନେତ୍ରୀ ସଂଯୁକ୍ତା ପ୍ରଧାନ ଯୋଗଦାନ ଦେଇଥିଲେ |

ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଉମାଶଙ୍କର ପଟ୍ଟନାୟକ,ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ସଂଜୀବ ରଣା,ଇନ୍ଦ୍ରଜିତ ପୃଷ୍ଟି,ଏବଂ ରୁବିନା ମହାରଣା ସହଯୋଗ କରିଥିଲେ |