Friday, March 29, 2024

Top 5 This Week

Related Posts

ନେହେରୁ ଯୁବ କେନ୍ଦ୍ର ତରଫରୁ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା,(୧୩/୦୮) : ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ବାବା ସାହେବ ଭୀମରାଓ ରାମଜି ଆମ୍ବେଦକର ଯୁବ ପରିଷଦ ମିଳିତ ସହଭାଗିତାରେ ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରିୟନାଥ ଶର୍ମା , ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ସୁଦାମ ଚରଣ ପୃଷ୍ଟି, ହିମାଂଶୁ ଶେଖର ରାଉତ, ମନୋଜ କୁମାର ପ୍ରହରାଜ ଯୋଗ ଦେଇଥିଲେ । ନେହେରୁ ଯୁବ କେନ୍ଦ୍ର ତରଫରୁ ଅନୁଷ୍ଠିତ ଉକ୍ତ କୁଇଜ ପ୍ରତିଯୋଗିତାରେ ସମୁଦାୟ ୪୦ ଜଣ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ଧନଞ୍ଜୟ ସାହୁ ପ୍ରଥମ ସ୍ଥାନ , ରାଜେଶ ବେହେରା ଦ୍ୱିତୀୟ ସ୍ଥାନ ଓ ସୁପ୍ରିୟା ଦେହୁରୀ ତୃତୀୟ ସ୍ଥାନ ଅଧିକାର କରିଥିଲେ ।

ଏହି ତିନି ଜଣ କୃତି ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ତରଫରୁ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ କୁ ଜାତୀୟ ଯୁବସ୍ବେଚ୍ଛାସେବୀ ସୁଧିର ଦୀପ ପରିଚାଳନା କରିଥିଲେ ଓ କମଳ ଜଗଦଳା ଧନ୍ୟବାଦ ଅର୍ପଣ କରିଥିଲେ ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles