ରାଷ୍ଟପତି ପଦକ ସହ ଓଡ଼ିଶାରୁ ମୋଟ ୮୦ ଜଣ ପୁଲିସ ପାଇବେ ପୁରସ୍କାର

0
219

ରିପୋର୍ଟ : ସୁଭାସିସ ନାୟକ //
ନୂଆଦିଲ୍ଲୀ,(୧୪/୦୮) : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ୱାଧୀନତା ଦିବସ ଅବସରରେ ଉଲ୍ଲେଖନୀୟ ସେବା, ବୀରତ୍ୱ ପାଇଁ ଦେଶର ପୁଲିସ କର୍ମଚାରୀମାନଙ୍କୁ ସମ୍ମାନିତ କରାଯିବ । ସେମାନଙ୍କ ଉଲ୍ଲେଖନୀୟ କାମକୁ ପ୍ରଶଂସା କରି ସ୍ୱାଧୀନତା ଦିବସ ଅବସରରେ ସେମାନଙ୍କୁ ବିଭିନ୍ନ ରାଷ୍ଟପତି ପଦକ ସହ ସମ୍ମାନିତ କରାଯିବ ।

ଚଳିତ ବର୍ଷ ଓଡ଼ିଶାକୁ ସର୍ବାଧିକ ପଦକ ମିଳୁଥିବା ବେଳେ ରାଷ୍ଟପତି ପଦକ ପାଇଁ ଦୁଇ ଜଣ ମନୋନିତ ହୋଇଛନ୍ତି । ସେମାନେ ହେଲେ ଏସଆଇଡବ୍ଲ୍ୟୁ ଭୁବନେଶ୍ୱରର ଡିଏସପି ଉମାଶଙ୍କର ପଣ୍ଡା ଏବଂ କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟ ର ଭାଗିରଥୀ ତ୍ରିପାଠୀ । ୨ ରାଷ୍ଟ ପତି ପଦକ ସହ ୬୭ ଜଣଙ୍କୁ ବୀରତା ପୁରସ୍କାର ଓ ୧୧ ଜଣଙ୍କୁ ସମ୍ମାନଜନକ ସେବା ପାଇଁ ପୁଲିସ ପଦକ ମିଳିବ ବୋଲି ଜଣାପଡ଼ିଛି । ଆଜି ଭାରତ ସରକାରଙ୍କ ଦ୍ୱାରା ସ୍ୱାଧୀନତା ଦିବସ ଅବସରରେ ୬୭ ଓଡ଼ିଶା ପୁଲିସ କର୍ମଚାରୀଙ୍କୁ ବୀରତା ପଦକ ଦିଆଯିବ ବୋଲି ଘୋଷଣା କରାଯାଇଛି ।

ଚଳିତ ବର୍ଷ ଓଡ଼ିଶାରୁ ଅଧିକ ପୁଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିବାରୁ ଏହା ଓଡ଼ିଶା ପାଇଁ ଗର୍ବର ବିଷୟ ବୋଲି ଓଡ଼ିଶା ପୁଲିସ ପକ୍ଷରୁ କୁହାଯାଇଛି ।