Friday, March 29, 2024

Top 5 This Week

Related Posts

ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ : କ୍ରାଇମବ୍ରାଞ୍ଚ ଏଡିଜି

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୧୪/୦୮) : ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ / ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ   ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ଡିଜିପିଙ୍କ ନିର୍ଦ୍ଦେଶ ପରେ କ୍ରାଇମ ବ୍ରାଞ୍ଚ ଏହି ମାମଲାର ତଦନ୍ତ କରିବା ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି ।

ଏଡିଜିଙ୍କ କହିବା ଅନୁଯାୟୀ, ଡିଜିପି ଶ୍ରୀ ଅଭୟଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲରା ତଦନ୍ତ ଭାର ନେଇଛି । ଘଟଣାର ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ଏକ ୩ ଜଣିଆ ଟିମ୍ ଗଠନ କରାଯାଇଛି । ତଦନ୍ତ ପରେ ଘଟଣା ଉପରେ ସ୍ପଷ୍ଟ ସୂଚନା ମିଳି ପାରିବ ବୋଲି ସେ କହିଛନ୍ତି ।

ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ମାସେ ପୂରି ଯାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁ ଉପରୁ ରହସ୍ୟ ହଟିପାରିନି । ଏହା ଏକ ଆତ୍ମହତ୍ୟା ନା ହତ୍ୟାକାଣ୍ଡ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ଏଯାବତ୍ ପାରଳାଖେମୁଣ୍ଡି ପୁଲିସ୍ ଏହି ଘଟଣାର ତଦନ୍ତ କରୁଥିବା ବେଳେ ତା’ର ତଦନ୍ତ ପ୍ରକ୍ରିୟାକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଏପରି ସ୍ଥଳେ ସୌମ୍ୟଙ୍କ ପରିବାର ଲୋକ ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି । ଏପରିକି ନ୍ୟାୟ ନ ମିଳିଲେ ସୌମ୍ୟଙ୍କ ବାପାମା’ ଆତ୍ମାହୁତି ଦେବେ ବୋଲି ମଧ୍ୟ ଧମକ ଦେଇଛନ୍ତି ।

ଏହା ପରେ ସୌମ୍ୟଙ୍କ ପରିବାର ଲୋକେ ଏନେଇ ହତ୍ୟା ଅଭିଯୋଗ କରିଥିଲେ । ସେମାନେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ପାରଳାଖେମୁଣ୍ଡି ଡିଏଫ୍ଓ ସଂଗ୍ରାମ କେଶରୀ ମହାପାତ୍ର ଓ ରୋଷେୟା ମନ୍ମଥ କୁମ୍ଭଙ୍କ ନାଁରେ ଏତଲା ଦେଇଥିଲେ ।

ଏହି ଘଟଣା ପଛରେ ବିଦ୍ୟାଭାରତୀ ଓ ଡିଏଫଓଙ୍କ ଅନୈତିକ ସଂପର୍କ ରହିଛି ବୋଲି ସେମାନେ ଅଭିଯୋଗ କରିଥିଲେ । ପୁଲିସ୍ ଏମାନଙ୍କୁ ସମସ୍ତଙ୍କୁ ପଚରାଉଚରା କରିଛି । କିନ୍ତୁ ଏଯାଏ ପୁଲିସ୍ କାହାକୁ ଗିରଫ କରିନଥିବା ବେଳେ ମାମଲାର ତଦନ୍ତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles