୫୭ନଂ ଜାତୀୟ ରାଜପଥ କଡରେ ଟ୍ରକରୁ ମିଳିଲା ହେଲ୍ପର ର ମୃତ ଶରୀର

0
523

ରିପୋର୍ଟ : ସୁଶାନ୍ତ ବେହେରା //
ହରଭଙ୍ଗା (୧୪/୦୮) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ସାମ୍ନା ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ଏକ ଟ୍ରକରୁ ହେଲ୍ପର ର ମୃତ ଦେହ ମିଳିଥିବାର ଜଣାପଡିଛି |

ମିଳିଥିବା ସୂଚନା ନୁଯାଇ OD 07AD 3587 ନଂ ଥିବା ଏକ ଟ୍ରକ ରୁ ହେଲ୍ପର ର ମୃତ ଶରୀର ମିଳିଥିବାରୁ ପୁରୁଣାକଟକ ଅଂଚଳରେ ଏକ ଅଜଣା ଆତଙ୍କ ସୃଷ୍ଟି ହୋଇଛି | ମୃତ ହେଲ୍ପର ଜଣକ ଫୁଲବାଣୀର ଅମଲାପଡାର ବାସିନ୍ଦା ସ୍ୱର୍ଗତ ଅଭିରାମ ସ୍ୱାଇଁଙ୍କ ପୁଅ ଅଶୋକ ସ୍ୱାଇଁ (୩୦) ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି | ଟ୍ରକଟି ୫୭ନଂ ଜାତୀୟ ରାଜପଥ ବିଶାଖାପାଟଣା ରୁ ସିମେଣ୍ଟ ଲୋଡ଼ ହୋଇ ଫୁଲବାଣୀ ଟିକାବାଲିରେ ଅନଲୋଡ଼ କରି ଆସି ପୁରୁଣାକଟକ ସ୍ଥିତ ରାଇସ ମିଲରୁ ଚାଉଳ ନେଇ ବିଶାଖା ପାଟଣା ଅଭିମୁଖେ ଯିବାର ଥିଲା |

ଡ୍ରାଇଭରର ଝିଅ ଦେହ ଅସୁସ୍ଥତା ଥିବାରୁ ଡ୍ରାଇଭର ଜଣକ ଫୁଲବାଣୀ ରୁ ଘରକୁ ଯାଇଥିଲେ ଓ ହେଲ୍ପର ଜଣକ ନିଜେ ଗାଡ଼ିନେଇ ପୁରୁଣାକଟକ ଆସିଥିଲେ | ଘରୁ ଫେରି ଡ୍ରାଇଭର ଡୋର ଖୋଲିବାକୁ ଚେଷ୍ଟା କରିଥିଲେ ଓ ହେଲ୍ପରକୁ ଡାକିଥିଲେ | ଶେଷରେ ଡୋର ଖୋଲି ଦେଖିବାରୁ ହେଲ୍ପର ର ମୃତ ଶରୀର ଗାଡ଼ିଭିତରେ ଅଛି | ସଙ୍ଗେ ସଙ୍ଗେ ପୁରୁଣାକଟକ ପୋଲିସର ଆଶ୍ରୟ ନେଇଥିଲେ | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଉଦ୍ଧାର କରିଥିଲେ | ଏ ପର୍ଯ୍ୟନ୍ତ ମୃତ ବ୍ୟକ୍ତିର ମୃତ୍ୟୁ ହେବାର କାରଣ ପୋଲିସ ପାଇପାରିନି | ତଦନ୍ତ ଅବ୍ୟାହତ ଚାଲୁ ରହିଛି |