ହ୍ୱାଇଟ୍ ହାଉସ୍‌ରେ ପାଳିତ ହେଲା ଦୀପାବଳି

0
194
ହ୍ୱାଇଟ୍ ହାଉସ୍‌ରେ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ୱାଶିଂଟନ୍‌ , (୨୫/୧୦) : ଆମେରିକା ର ହ୍ୱାଇଟ୍ ହାଉସ୍‌ରେ ଫୁଟିଲା ବାଣ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଉପରାଷ୍ଟ୍ରପତି କମଲା ହାରିସ୍ ବାଣ ଫୁଟାଇ ଦୀପାବଳି ପାଳନ କରିଛନ୍ତି ।

କେବଳ ସେତିକି ନୁହେଁ ଦୀପ ଜାଳି ଜୋ ବାଇଡେନ୍ ୨୦୦ ଲୋକଙ୍କ ସହ ବଡ ଧରଣରେ ଦୀପାବଳି ଉତ୍ସବ ପାଳନ କରିଛନ୍ତି । ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି । ଆଲୋକ ର ପର୍ବ ଦୀପାବଳି କେବଳ ଭାରତ ନୁହେଁ ସାରା ବିଶ୍ୱରେ ପାଳନ ହୋଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କ ପତ୍ନୀଙ୍କ ସମେତ ହ୍ୱାଇଟ୍ ହାଉସ୍‌ରେ ବେଶ୍ ଧୁମ୍‌ଧାମ୍‌ରେ ଦୀପାବଳି ପାଳନ କରିଛନ୍ତି । ଏଥିସହ କମଲା ହାରିସ ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ । କେବଳ ସେତିକି ନୁହେଁ ବାଇଡେନ୍‌ଙ୍କ ପ୍ରଶାସନ ର ୨୦୦ ଭାରତୀୟ ଆମେରିକୀୟ ଏହି ଉତ୍ସବରେ ଯୋଗ ଦେଇ ବାଣ ଫୁଟାଇଥିଲେ ।

ଏହି ଅବସରରେ ଜୋ ବାଇଡେନ୍ କହିଥିଲେ, ‘ହ୍ୱାଇଟ୍ ହାଉସରେ ଏଭଳି ବଡ ଧରଣର ଦୀପାବଳି ପ୍ରଥମ ଥର ପାଇଁ ପାଳନ ହୋଇଛି । ଦୀପାବଳିକୁ ଆମେରିକୀୟ ସଂସ୍କୃତି ର ଏକ ଅଂଶ କରିଥିବାରୁ ଧନ୍ୟବାଦ । ଯୁକ୍ତରାଷ୍ଟ୍ର ଆମେରିକା, ଭାରତ ଓ ସମଗ୍ର ବିଶ୍ୱରେ ଏହି ଆଲୋକ ର ପର୍ବକୁ ପାଳନ କରୁଥିବା ଏକ ବିଲିୟନରୁ ଅଧିକ ହିନ୍ଦୁ, ଜୈନ, ଶିଖ ଓ ବୌଦ୍ଧ ଧର୍ମାବଲମ୍ବୀଙ୍କୁ ଦୀପାବଳି ର ଅନେକ ଶୁଭେଚ୍ଛା ।’

ଉଲ୍ଲେଖଯୋଗ୍ୟ, ହ୍ୱାଇଟ୍ ହାଉସରେ ଦୀପାବଳି ପାଳନ କରିବା ପରମ୍ପରା ବହୁ ପୁରୁଣା । ଏହାର ଆରମ୍ଭ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ ପ୍ରଶାସନଙ୍କ ସମୟରେ ହୋଇଥିଲା, ଯାହା ଏପର୍ଯ୍ୟନ୍ତ ଚାଲି ଆସିଛି । ଚଳିତ ବର୍ଷ ଦୀପାବଳି ଅବସରରେ ହ୍ୱାଇଟ୍ ହାଉସରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା । ଏହି ସମୟରେ ଭାରତୀୟ ସଂସ୍କୃତି ର ଝଲକ୍ ଦେଖିବାକୁ ମିଳିଥିଲା ।