ହକି ଚାମ୍ପିୟନସିପ-୨୦୨୨ ନିମନ୍ତେ ଜିଲ୍ଲାରୁ ବରିଷ୍ଠ ମହିଳା ଟିମ ର ଭୁବନେଶ୍ୱର ଗସ୍ତ

0
253
ହକି ଚାମ୍ପିୟାନସିପ-୨୦୨୨

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୫/୧୦) : ଓଡ଼ିଶା ହକି ଆସୋସିଏସନ ତରଫରୁ ଆୟୋଜିତ ହେଉଥିବା ହକି ଚାମ୍ପିୟନସିପ-୨୦୨୨ ରେ ଅଂଶଗ୍ରହଣ କରିବା ନିମନ୍ତେ ରାୟଗଡ଼ା ଜିଲ୍ଲାରୁ ୧୬ ଜଣିଆ ଟିମ ଭୁବନେଶ୍ୱର ଗସ୍ତ କରିଛନ୍ତି ।

ଆଜି ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଆଲେନୁରଙ୍କ ଉପସ୍ଥିତରେ ଏହି ଖେଳାଳିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଖେଳ ଉପକରଣ, ଟ୍ରାକସୁଟ, ଡ୍ରେସ ପ୍ରଦାନ କରାଯାଇଛି । ଟିମ ମ୍ୟାନେଜର ରିତାରଣୀ ମିଶ୍ର, କୋଚ ସୁନୀଲ କୁମାର ମହାନ୍ତଙ୍କ ନେତୃତ୍ୱରେ ହକି ଚାମ୍ପିୟନସିପ-୨୦୨୨ ନିମନ୍ତେ ୧୬ ଜଣିଆ ପ୍ରତିନିଧି ଦଳ ଭୁବନେଶ୍ୱର ଗସ୍ତ କରିଛନ୍ତି ।

ଏହି ଦଳ ଆସନ୍ତା ୨୭ ତାରିଖରେ ପ୍ରଥମେ ମାଲକାନଗିରି ଦଳ ସହିତ ଖେଳିବେ । ଜିଲ୍ଲା ର ସମସ୍ତ ଖେଳାଳି ଟିମ କ୍ୟାପଟେନ ନମିତା ବେନିଆ ଓ ଉପ କ୍ୟାପଟେନ ଅନୁରାଧା ଜିଲ୍ଲାକାର ନେତୃତ୍ୱରେ ଖେଳିବେ । ଖେଳରେ ଭଲ ପ୍ରଦର୍ଶନ କରିବା ନିମନ୍ତେ ସମସ୍ତ ଖେଳାଳି ମାନକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଶୁଭକାମନା ଜଣାଇଥିଲେ ।