ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଇତିହାସ ପୁସ୍ତକ ଉନ୍ମୋଚନ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ

0
206

ରିପୋର୍ଟ : ରଞ୍ଜିତ ବେହେରା //
ଢେଙ୍କାନାଳ,(୧୪/୦୮) : ଢେଙ୍କାନାଳ ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଜିଲ୍ଲା ପ୍ରଶାସନ ଓ ମନସ୍ବନୀ ଅନୁଷ୍ଠାନର ସହଯୋଗରେ ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର ଙ୍କ ରଚିତ ଏବଂ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଭୂମେଶ ଚନ୍ଦ୍ର ବେହେରାଙ୍କ ପ୍ରକାଶନୀରେ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଇତିହାସ ପୁସ୍ତକର ଉନ୍ମୋଚନ ଉତ୍ସବ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହଠାରେ ଅନୁଷ୍ଠିତ ହୋଇଯାଇଛି ।dhenkanal ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଇତିହାସ ପୁସ୍ତକ ଉନ୍ମୋଚନ ଉତ୍ସବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ

କାର୍ଯ୍ୟକ୍ରମରେ ପ୍ରାକ୍ତନ ପୁଲିସ ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବ କରିଥିବାବେଳେ ଓଡ଼ିଆ ଭାଷା ସାହିତ୍ୟ , ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ମଣିଷର ମନରେ ଥିବା ଶକ୍ତି ସୀମିତ ହୋଇଥୁବାରୁ ପ୍ରତ୍ୟକ ମାଟି ଓ ଜାତିର ଇତିହାସ ଓ କୀର୍ଭକୁ ଲିପିବଦ୍ଧ କରି ନିରଲେ ଭବିଷ୍ୟତ ପିଢ଼ି ନିଜର ଇତିହାସକୁ ଭୁଲିଯିବେ । ଏଥିପାଇଁ ଶ୍ରୀ ମିଶ୍ରଙ୍କ ରଚିତ ପୁସ୍ତକ ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଇତିହାସ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥୀ ଭାବେ ବିଶିଷ୍ଟ ଆଇନ ଜିବି ମୋନଜ କୁମାର ମିଶ୍ର , ମନସ୍ମିନୀ ପତ୍ରିକାର ମୁଖ୍ୟ ସମ୍ପାଦକ ଡ . ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ର ପ୍ରମୁଖ ଯୋଗ ଦେଇ ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ରାକ୍ତନ ସିବିଆଇ ବିଚାରପତି ଶ୍ରୀଯୁକ୍ତ ଭିକାରୀ ଚରଣ ରାଉତ , ପ୍ରାକ୍ତନ ଭଦ୍ରକ ଜିଲ୍ଲାପାଳ ଶ୍ରୀଯୁଇ ଅକ୍ଷୟ କୁମାର ପାଣି , ପ୍ରାକ୍ତନ ବାଲେଶ୍ବର ଜିଲ୍ଲାପାଳ ଶ୍ରୀଯୁକ୍ତ ସନାତନ ମଲ୍ଲିକ , ସାହିତ୍ୟିକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସାହୁ , ନାରୀ କବି ଶ୍ରୀମତୀ ବିଳାସିନୀ ପୃଷ୍ଟି , ଚିତ୍ର ଶିଳ୍ପୀ ଶ୍ରୀଯୁକ୍ତ ନାରାୟଣ ସାହୁ , ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଶ୍ରୀଯୁକ୍ତ ଅବନୀ କୁମାର ମିଶ୍ର , ପ୍ରକଳ୍ପ ସଂଯୋଜକ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ଶ୍ରୀଯୁକ୍ତ ବାସୁଦେବ ମାଳବିଶୋୟୀ ପ୍ରମୁଖକୁ ମୋନନୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ଅବସରରେ ଜିଲ୍ଲା କଳା ଓ ସଂସ୍କୃତି ସଂଘ ପକ୍ଷରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୂମେଶ ଚନ୍ଦ୍ର ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଢେଙ୍କାନାଳ ଇତିହାସ ର ଲେଖକ ଆର୍ଯ୍ୟକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର କୁ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ସମ୍ମାନିତ କରାଯାଇଥିଲା ।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାସ ଆର୍ଯ୍ୟକଥନ ରଖୁଥୁବାବେଳେ ଜିଲ୍ଲା ସଂସ୍କୃତି ଅଧୁକାରୀ ଶ୍ରୀଯୁକ୍ତ ଶୁକ୍ଳ ସ୍ଵାଇଁ ସ୍ୱାଗତ ଭାଷଣ ଦେଇଥିଲେ । ଢେଙ୍କାନାଳ ବିକାଶ ପରିଷଦର ଆବାହକ ଶ୍ରୀଯୁକ୍ତ ରାଜ ନାରାୟଣ ତ୍ରିପାଠୀ ସଂକ୍ଷିପ୍ତ ଆଲୋଚନା ରଖୁଲେ । ରାଜ୍ୟ କଳା ସଂସ୍କୃତି ସଂଘର ଉପସଭାପତି ଶ୍ରୀଯୁକ୍ତ ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।