ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଙ୍କ ରାୟଗଡ଼ା ବ୍ଲକ ଗସ୍ତ

0
227
ରାୟଗଡ଼ା ଜିଲ୍ଲାପାଳ ସ୍ୱଧା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, ତା. (୨୬/୨୦) : ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ରାୟଗଡ଼ା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଛନ୍ତି ।

ପିତାମହଲ ଠାରେ ୨୦୨୧-୨୨ ମସିହାରେ ଅଟକଳ ମୂଲ୍ୟ ୫.୦୦ ଲକ୍ଷ ଟଙ୍କାରେ ନିର୍ମିତ ହୋଇଥିବା ମିଶନ ଶକ୍ତି ଗୃହ ପରିଦର୍ଶନ ଏବଂ ସେଠାରେ ମାଁ ଅଗ୍ନିଗାଙ୍ଗlମ୍ମା ଏସ୍‍.ଏଚ୍‍.ଜି ଦ୍ୱାରା ତିଆରି ହେଉଥିବା ଫୁଲ ଝାଡୁ ଦେଖିବା ସହିତ ଗୃପ ମାଁ ମାନଙ୍କ ସହିତ ଭବିଷ୍ୟତ କାର୍ଯ୍ୟ ପ୍ରଣାଳୀ ଉପରେ ଆଲୋଚନା କରିଥିଲେ । ପିତାମହଲ ଠାରେ ୨୦୨୧-୨୨ ମସିହା ମନରେଗା ମହିଳା ଓ ଶିଶୁ ବିକାଶ ପାଣ୍ଠିରେ ୭.୦୦ ଲକ୍ଷ ଟଙ୍କା ଅଟକଳ ମୂଲ୍ୟ ର ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ସହିତ କୁନି ପିଲା ଓ ସହାୟକ ସହିତ ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଆଲୋଚନା କରିଥିଲେ ।

ପିତାମହଲ ଠାରେ ୧୦୦ ଶଯ୍ୟା ବିଶିଷ୍ଟ ସେବାଶ୍ରମ ସ୍କୁଲ ଓ ହଷ୍ଟେଲ୍‍ ପରିଦର୍ଶନ ସହ ଶିକ୍ଷକ ଓ ଶିକ୍ଷୟତ୍ରୀ ସହ ସ୍କୁଲ ର ଉନ୍ନତି ବିଷୟରେ ଆଲୋଚନା କରିଥିଲେ । ତୃତୀୟ ପର୍ଯ୍ୟାୟରେ ରୂପାନ୍ତିକରଣ ହେବାକୁ ଥିବା ବିଷ୍ଣୁଗୁଡା ହାଇସ୍କୁଲ ପରିଦର୍ଶନ ସହ ସ୍ଥାନୀୟ ପଞ୍ଚାୟତରାଜ ପ୍ରତିନିଥି ସ୍କୁଲ କମିଟି ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ ସହ ଆଲୋଚନା କରିଥିଲେ । ୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଅଧିନରେ ହୋଇଥିବା ବିଷ୍ଣୁଗୁଡା ବନ୍ଧରେ ପୂନଃ ବିନ୍ୟାସ କାମ ପରିଦର୍ଶନ କରିଥିଲେ । ପିତାମହଲ ଗ୍ରାମ ପଞ୍ଚାୟତ ର ରଙ୍ଗ ବନ୍ଧ ଅମୃତ ସରବର ପୋଖରୀ ପରିଦର୍ଶନ ସହ ଅନ୍ୟାନ୍ୟ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ।

ପିତାମହଲ ଗ୍ରାମ ପଞ୍ଚାୟତ ର ଶ୍ରୀରାମ ନଗର ଠାରେ ଥିବା ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ ସହ ଚିହ୍ନଟ ହୋଇଥିବା ବ୍ଲକ ଲେବୁଲ୍‍ ମିନି ଷ୍ଠାଡିୟମ ର ଜାଗା ପରିଦର୍ଶନ କଲେ । ତାଡମା ଗ୍ରାମପଞ୍ଚାୟତରେ ଥିବା ଦ୍ୱିତୀୟ ପର୍ଯ୍ୟାୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ହୋଇଥିବା 5T ରୂପାନ୍ତିକରଣ କାର୍ଯ୍ୟକ୍ରମ ପରିଦର୍ଶନ ସହ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସହ ଆଲୋଚନା କଲେ । ତୃତୀୟ ପର୍ଯ୍ୟାୟରେ 5T ଅଧିନରେ ରୂପାନ୍ତିକରଣ କାର୍ଯ୍ୟକ୍ରମ ହୋଇଥିବା ହାଲୁଆ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।